ଭୁବନେଶ୍ୱର – ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତିି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଶ୍ରମ କମିଶନର ନିରଂଜନ ସାହୁଙ୍କୁ ସମ୍ବଲପୁର ଠାରେ ଉତରାଂଚଳ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ଡ. ନୁନସାବତ୍ ଥିରୁମାଲା ନାଏକଙ୍କୁ ନିଯୁକ୍ତି ଦିଆଯାଇଛି । ଡ. ନାଏକ ବର୍ତମାନ ମତ୍ସ୍ୟ ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ଅଛନ୍ତି । ନିରଂଜନ ସାହୁ ନୂତନ କାର୍ଯ୍ୟର ଯୋଗ ଦେବା ପର୍ଯ୍ୟନ୍ତ ଶ୍ରୀ ତେମଜେନୱାପଙ୍ଗ୍ ଅତିରିକ୍ତ ଦାୟିତ୍ୱରେ ରହିବେ ।
ସେହିପରି କଟକ ସ୍ଥିତ ରେଜିଷ୍ଟ୍ରସନ୍ ଆଇଜି ପ୍ରଶାନ୍ତ କୁମାର ସେନାପତି ଙ୍କୁ ଓବିସି, ଏସଟି ଓ ଏସସି ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ଭାବେ ନିଯୁକ୍ତି ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ରଙ୍କୁ ମହାଲ ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗରେ ଥିବା ଭି.ଜୟ କୁମାରଙ୍କୁ ଆୟୁଷ ନିଦେ୍ର୍ଧଶକ ଭାବେ ନିଯୁକ୍ତି ମିଳିଛି । ମୟୁରଭଂଜର ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଆବୋଲି ସୁନୀଲ ନରୱାନେ ଙ୍କୁ ରାଉରକେଲା ଏଡିଏମ୍ ଭାବେ ବଦଳି କରାଯାଇଛି । ଏହାସହିତ ସେ ରାଉରକେଲା ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।