
ଭୁବନେଶ୍ୱର – ଗଣତନ୍ତ୍ରରେ ଅନେକ ପ୍ରସଙ୍ଗକୁ ନେଇ ବିରୋଧ କରାଯାଇପାରେ କିନ୍ତୁ ଏହା ଅର୍ଥ ନୁହେଁ ହିଂସାକୁ ଆପଣାଇବା । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । କିନ୍ତୁ ଗତକାଲି ନବରଙ୍ଗପୁର ବନ୍ଦ ସମୟରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ହିଂସା କରିବା ପାଇଁ ଉସକାଇବା, ସରକାରୀ ସଂପତିକୁ ଜାଳିବା ପାଇଁ ପୋତ୍ସାହିତ କରିବା ଏବଂ ସହରରେ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ଯେଉଁଭଳି ଭାବେ ଫୋନରେ ନିଜ କର୍ମୀମାନଙ୍କୁ ନିଦେ୍ର୍ଧଶ ଦେଉଥିଲେ ତାହା ଅତ୍ୟନ୍ତ ଦୁର୍ଭଗ୍ୟଜନକ । ୧୩୪ ବର୍ଷର କଂଗ୍ରେସ ଦଳ ଯିଏ ଗାନ୍ଧୀଙ୍କ ନୀତି ଆଦର୍ଶରେ ଚାଲୁଛି ବୋଲି ଡିଣ୍ଡିମ ପିଟୁଛି ସେହି ଦଳର ନେତା ଆଜି ସୁବାଷ ବୋଷଙ୍କ ନାଁ ନେଇ ହିଂସା ଭିଆଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ସୁବାଷ ବୋଷ କେବେ ହିଂସାକୁ ପ୍ରଶୟ ଦେଇନଥିଲେ । ସେ କହୁଥିଲେ କି ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି । କିନ୍ତୁ ତାଙ୍କ ନାଁ ନେଇ ଯେମିତି ହିଂସା କରିବା ପାଇଁ ପ୍ରଦୀପ ମାଝୀ ଉସକାଉଛନ୍ତି ତାହା ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ଅଗଣତାନ୍ତିକ । ଅହିଂସାର ନାରା ଦେଉଥିବା କଂଗ୍ରେସ ଏବେ ହିଂସାକୁ ଆପଣାଇଛି । ପ୍ରଦୀପ ମାଝୀ ଯେପରି ସାଧାରଣ ଜନତାଙ୍କ ମନରେ ଯେପରି ଭୟର ବାତାବରଣ ସୃଷ୍ଟି କରିଛନ୍ତି, ତାଙ୍କ ବିରୁଦ୍ଧରେ ତୁରନ୍ତ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ ।
ନାଗରିକତା ସଂଶୋଧନ ଆଇନ ଉପରେ କଂଗ୍ରେସ ସାରା ଦେଶରେ ନିଆଁ ଲଗାଇ ଭୟର ବାତାବରଣ ସୃଷ୍ଟି କରିଚାଲିଛି । ହଜାର ହଜାର କୋଟି ଟଙ୍କାର ରାଷ୍ଟ୍ରୀୟ ସଂପତି ନଷ୍ଟ ହୋଇଛି । ଓଡିଶାରେ ଏହି ଆଇନକୁ ରାଜ୍ୟବାସୀ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । କିନ୍ତୁ କଂଗ୍ରେସ ଏଠି ଏପରି ବନ୍ଦ ନାଁରେ ନିଜ ଉଦେ୍ଧଶ୍ୟ ସାଧନ କରିବାକୁ ଲାଗିଛି । ଦିଲ୍ଲୀରେ ଥିବା କଂଗ୍ରେସ ହାଇକମାଣ୍ଡଙ୍କ ନିଦେ୍ର୍ଧଶରେ ପ୍ରଦୀପ ମାଝୀ ଏଠି ନିଆଁ ଲଗାଇ ହିଂସା ସୃଷ୍ଟି କରିବାକୁ ବସିଛନ୍ତି । ମହାତ୍ମାଗାନ୍ଧୀ ସଂଖା୍ୟଲଘୁ ମାନଙ୍କୁ ନାଗରିକତା ଦେବା ପାଇଁ କହିଥିବା ସମୟରେ କଂଗ୍ରେସ ସାରା ଭାରତବାସୀଙ୍କୁ ଭ୍ରମିତ କରି ହୀନ ରାଜନୀତି କରି ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO