
ରିଚନ୍ଦନପୁର- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଟାଟା କମ୍ପାନୀ ଦ୍ୱାରା ନିର୍ମିତ ଏକ ନୂତନ କଲ୍ୟାଣ ମଣ୍ଡପକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉଦଘାଟନ କରିଛନ୍ତି । ବ୍ରାହ୍ମଣୀପାଳ ଠାରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ତାରିଣୀ ବଣିକ ସଂଘ ତରଫରୁ ଦିର୍ଘଦିନ ଧରି ଦାବି ହୋଇ ଆସୁଥିଲା । ତେବେ ଟାଟା କମ୍ପାନୀ ଦ୍ୱାରା ଏହି ଦାବିକୁ ପୂରଣ କରାଯିବା ସହ ୨୩ ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କଲ୍ୟାଣମଣ୍ଡପ ନିର୍ମାଣ ହୋଇଛି ।
ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇଥିବା ବେଳେ ଟିଏସଆରଡିଏସର ହେଡ୍ ଦେବାଜ୍ଞନ ମୁଖାର୍ଜି ଓ ବ୍ରାହ୍ମଣୀପାଳ ଟାଟାଷ୍ଟିଲର ଆଡମିନ ହେଡ୍ ଗୌତମ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।