
କନ୍ଧମାଳ- ଆଜି କନ୍ଧମାଳ ଜିଲା ବିଜୁଜନତାଦଳ ତରଫରୁ ଦଳର ୨୩ ତମ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରୁ ଏକ ଶୋଭାଯାତ୍ରାରେ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ସମ୍ପାଦକ କମଳ ବେହେରା, ଜିଲା ବିଜୁ ଜନତା ଦଳର ମହିଳା ମୋର୍ଚ୍ଚାର ସଭାନେତ୍ରୀ ଅନିମା କହଁର,ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର,ପୁର୍ବତନ ଫୁଲବାଣୀ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର, ଖଜୁରିପଡା ବ୍ଳକ ଚେୟାରମେନ ବିରେନ୍ଦ୍ର କହଁର,ଫିରିଙ୍ଗିଆ ଚେୟାରମେନ ଲାଲନନ୍ଦ ପ୍ରଧାନ, ପ୍ରତାପ ପାତ୍ର,ପଙ୍କଜ ବେହେରାଙ୍କ ସମେତ ସମସ୍ତ ଜିଲା ସ୍ତରୀୟ କର୍ମକର୍ତା ଏବଂ ସଦସ୍ୟ ମାନେ ଏହି ଶୋଭାଯାତ୍ରାରେ ଯାଇ ବିଜୁବାବୁଙ୍କ ପ୍ରତିମୁର୍ତି ନିକଟରେ ପହଂଚିଥିଲେ । ଜିଲା ସଭାପତିଙ୍କ ସମେତ ବିଧାୟକ ଏବଂ ଅନ୍ୟମାନେ ବିଜୁବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବାପରେ ସେଠାରେ ଦଳର ୨୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ କେକ୍ କାଟିଥିଲେ । ପରେ ସେଠାରେ ବୁଜୁବାବୁଙ୍କ କର୍ମଠ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ସମସ୍ତ ପ୍ରଚେଷ୍ଠା କରୁଥିବା ତେତୃବୃନ୍ଦ ମାନେ କହିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO