ପ୍ରୟାଗରାଜ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ପ୍ରୟାଗରାଜରେ 3,357 କୋଟି ଟଙ୍କାର 424ଟି ବିକାଶମୂଳକ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଛି । ଆମ ସରକାର ଯାହା କୁହେ, ତାହା କରିକି ଦେଖାଇଥାଏ । ଆମେ ସମସ୍ତଙ୍କୁ ନେଇ ଚାଲୁଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ବାବା ସାହେବଙ୍କ ସମ୍ବିଧାନରୁ ପ୍ରେରଣା ପାଇ କେନ୍ଦ୍ର ସରକାର କାମ କରୁଛନ୍ତି । ବାବା ସାହେବ ଆମ୍ବେଦକରଙ୍କ ସହ ଜଡିତ 5ଟି ସ୍ମାରକ ନିର୍ମାଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୟୁପି ସରକାର ମଧ୍ୟ ଲକ୍ଷ୍ନୌରେ ବାବା ସାହେବଙ୍କ ଭବ୍ୟ ସ୍ମାରକ ନିର୍ମାଣ କରୁଛନ୍ତି । ଆମ ସରକାର କାହା ସହ ଭେଦଭାବ କରେନାହିଁ । ସରକାରୀ ଯୋଜନାର ଲାଭ ସମସ୍ତଙ୍କୁ ମିଳୁଛି ।
ଯୋଗୀ ଆହୁରି କହିଛନ୍ତି ଯେ, ସନାତନ ଧର୍ମ ଲୋକଙ୍କୁ ଯୋଡିଥାଏ । ଆଧ୍ୟାତ୍ମିକ ନଗରୀ ସଙ୍ଗମ ନଗରୀକୁ ମୋର ପ୍ରଣାମ । 2025ରେ ହେବାକୁ ଥିବା ମହାକୁମ୍ଭରେ ଦେଶ ଦୁନିଆରୁ ଲୋକେ ପ୍ରୟାଗରାଜକୁ ଆସିବେ । ସରକାର ସମସ୍ତଙ୍କ ସାଥୀରେ ଅଛନ୍ତି । ସରକାର ଆପଣଙ୍କ ସୁରକ୍ଷା ଓ ସମ୍ମାନର ଯତ୍ନ ନେବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।