ଧର୍ମଶାଳା – ଯାଜପୁର ଜିଲା ପାଇଁ ଗୌରବ । ଗ୍ରାମାଂଚଳରୁ ଯାଇ ସଦୂର ଗୁଜୁରାଟ ଜିଲାରେ କୃତିତ୍ୱ । ୧୭ ବର୍ଷରୁ କମ୍ ଗୁଜୁରାଟ କ୍ରିକେଟ ଟିମ୍ରେ ସାମିଲ ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତ କୋଠଡିହ ଗ୍ରାମର ଦୀନବନ୍ଧୁ ନାୟକଙ୍କ ପୁଅ ରାଜବୀର । ରାଜବୀର କଠିନ ପରିଶ୍ରମର ଫଳ ମିଳିଛି ବୋଲି ତାଙ୍କ ବାପା ଦୀନବନ୍ଧୁ ପ୍ରକାଶ କରିଛନ୍ତି । ଦୀନବନ୍ଧୁ ଗୁଜୁରାଟ ରାଜ୍ୟ ବରୋଦାରେ ପରିବାର ସହିତ ରହୁଥିବା ବେଳେ ୨୦୦୪ ମସିହାରେ ରାଜବୀରଙ୍କର ଜନ୍ମ । ପିଲାଟି ବେଳୁ କ୍ରିକେଟ ପ୍ରତି ରଚି ରଖିଥିବା ରାଜବୀର ୪ ବର୍ଷ ପୂର୍ବେ ସେ ୧୪ ବର୍ଷରୁ କମ୍ କ୍ରିକେଟ ଖେଳିବାକୁ ମନୋନୀତ ହୋଇଥିଲେ । ସେ ତାଙ୍କ କ୍ୟାରିୟରରେ ୨ଟି ଶତକ ମାରିବା ସହିତ ଅପରାଜିତ ୧୮୨ ରନର ରେକର୍ଡ ମଧ୍ୟ କରିଛନ୍ତି । ଫଳରେ ଗୁଜୁରାଟ ୧୭ ବର୍ଷ ବୟସରୁ କମ୍ କ୍ରିକେଟ ଆସୋସିଏସନର ନଜର ରାଜବୀରଙ୍କ ଉପରେ ପଡିଲା । ଫଳରେ ସେ ୧୭ ବର୍ଷରୁ କମ୍ ଗୁଜୁରାଟ ଟିମ୍ରେ ସାମିଲ ହୋଇଛନ୍ତି । ବର୍ତମାନ ସେ ୧୭ ବର୍ଷରୁ କମ୍ ରାଜ୍ୟ ଗୁଜୁରାଟ ଦଳରେ ଖେଳୁଥିବା ସହ ପ୍ରାକ୍ ଜାତୀୟ କ୍ରିକେଟ୍ କ୍ୟାମ୍ପ ଜାମନଗର(ଗୁଜୁରାଟ)ରେ ଯୋଗ ଦେଇଛନ୍ତି । ଆସନ୍ତା ଜାନୁଆରୀ ୩ରୁ୮ ତାରିଖ ମଧ୍ୟରେ ଡାମନଠାରେ ଖେଳାଯିବାକୁ ଯାଉଥିବା ଜାତୀୟ ରାଜ୍ୟ ଟୁର୍ଣ୍ଣାମେଂଟରେ ତାଙ୍କୁ ଦେଖିବାକୁ ମିଳିବ । ସେ ଗୁଜୁରାଟର କ୍ରୃଗାରାଠାରେ ଥିବା ଏକମାତ୍ର ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତରେ ଖୁସିର ଲହରୀ ଖେଳିଯାଇଛି । ଆଗକୁ ତାଙ୍କ ପରିଶ୍ରମ ଏଭଳି ଜାରି ରହିବ ବୋଲି ରାଜବୀର ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।