ନୂଆଦିଲ୍ଲୀ,ବିର୍ସା ମୁଣ୍ଡାଙ୍କୁ ଭଗବାନଙ୍କ ଆଖ୍ୟା ଦେଲେ ପିଏମ ମୋଦି । ମନ୍ କୀ ବାତରେ ବିର୍ସା ମୁଣ୍ଡାଙ୍କ କଥା ସ୍ମରଣ କରି ପିଏମ ମୋଦି କହିଛନ୍ତି ଯେ, ଆଗାମୀ ନଭେମ୍ବର ୧୫ରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହି ସ୍ୱତନ୍ତ୍ର ଦିବସ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହିତ ସଂପୃକ୍ତ । ଭଗବାନ ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ବାସ କରନ୍ତି । ପ୍ରକୃତ ସାହସ କ’ଣ ଓ ନିଜ ସଙ୍କଳ୍ପଶକ୍ତି ଉପରେ ଦୃଢ଼ ରହିବା କାହାକୁ କହନ୍ତି ତାହା ଆମେ ତାଙ୍କ ଜୀବନରୁ ଶିଖିପାରିବା । ସେ ବିଦେଶୀ ଶାସନକୁ କେବେ ସ୍ୱୀକାର କରିନଥିଲେ । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ, ଯେଉଁଠି ଅନ୍ୟାୟର କୌଣସି ସ୍ଥାନ ନ ଥିଲା । ସେ ଚାହୁଁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ ଓ ସମାନତାର ଜୀବନ ମିଳୁ । ଭଗବାନ ବିର୍ସାମୁଣ୍ଡା ପ୍ରକୃତି ସହିତ ସଦ୍ଭାବ ରଖିବା ଉପରେ ମଧ୍ୟ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଆଜି ମଧ୍ୟ ଆମେ ଦେଖିପାରିବା ଯେ ଆମର ଆଦିବାସୀ ଭାଇଭଉଣୀ ପ୍ରକୃତିର ରକ୍ଷଣାବେକ୍ଷଣ ଓ ତା’ର ସଂରକ୍ଷଣ ପାଇଁ ସବୁଦିଗରୁ ସମର୍ପିତ ଅଛନ୍ତି । ଆମ ସମସ୍ତଙ୍କ ପାଇଁ, ଆମର ଆଦିବାସୀ ଭାଇଭଉଣୀଙ୍କର ଏହି କାମ ବହୁତ ବଡ଼ ପ୍ରେରଣାଦାୟକ ଅଟେ ।
Related Stories
December 30, 2024