କାଠମାଣ୍ଡୁ, ମିଳିତ ଜାତିସଂଘ ମହାସଚିବ ଆଣ୍ଟେନିୟୋ ଗୁଟେରସ ଶନିବାର ମଧ୍ୟରାତ୍ରିରେ ନେପାଳରେ ପହଞ୍ଚିଛନ୍ତି । ଆଣ୍ଟେନିୟୋ ଗୁଟେରସ ଚାରି ଦିନିଆ ନେପାଳ ଗସ୍ତରେ ଆସିଥିବା ବେଳେ କାଠମାଣ୍ଡୁ ଏୟାରପୋର୍ଟରେ ତାଙ୍କୁ ବୈଦେଶିକ ମନ୍ତ୍ରୀ ଏନପି ସାଉଦ ସ୍ୱାଗତ କରିଥିଲେ । ଏହା ଗୁଟେରସଙ୍କର ପ୍ରଥମ ନେପାଳ ଗସ୍ତ ଅଟେ ।
ଏହି ଗସ୍ତ କାଳରେ ସେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ, ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହାଲ ପ୍ରଚଣ୍ଡ, ଉପପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀ ପୂର୍ଣ୍ଣ ବାହାଦୁୀ ଖଡକା ପ୍ରମୁଖଙ୍କୁ ସାକ୍ଷାତ କରିବେ । ଆଜି ରାତିରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ମାନର ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି । ମଙ୍ଗଳବାର ଗୁଟେରସ ନେପାଳ ସଂସଦର ଦୁଇଟି ଗୃହକୁ ମିଳିତ ସମ୍ବୋଧନ କରିବେ । ଏହାସହିତ ନାମଚେ ସ୍ଥିତ ଏଭରେଷ୍ଟ ବେସ୍ କ୍ୟାମ୍ପ, ପୋଖରା ସ୍ଥିତ ଅନ୍ନପୂର୍ଣ୍ଣା ବେସ୍ କ୍ୟାମ୍ପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।