ନୂଆଦିଲ୍ଲୀ, ପଶ୍ଚିମ ଏସିଆରେ ବିଗୁଡୁଥିବା ସୁରକ୍ଷା ଓ ମାନବିକ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଜିପ୍ଟ ରାଷ୍ଟ୍ରପତି ଅବଦୁଲ ଫତହ ଅଲ୍-ସିସି ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଏହାସହିତ ଉଭୟ ନେତା ଆତଙ୍କବାଦକୁ ନେଇ ଚିନ୍ତାପ୍ରକଟ କରି ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନହାନୀକୁ ନେଇ ଭାରତ ଓ ଇଜିପ୍ଟ ଚିନ୍ତାପ୍ରକଟ କରିଛନ୍ତି । ଦୁଇ ଦେଶ ଶାନ୍ତି, ସ୍ଥିରତାର ପୁନରୁଦ୍ଧାର ସହ ମାନବିକ ସହଯୋଗ ଦିଗରେ ଏକମତ ହୋଇଛନ୍ତି ।