ସାନଖେମୁଣ୍ଡି: ଏକଦା ରାଜ୍ୟର ଏକ ଘଡିସନ୍ଧି ମୁହୂର୍ତ୍ତରେ ଶ୍ରେଷ୍ଠ ଓଡିଶା ଗଠନ କରିବାର ସଂକଳ୍ପ ନେଇ ପ୍ରବାଦ ପୁରୁଷ ବିଜୁ ବାବାଙ୍କ ନାମକୁ ନେଇ ଗଠିତ ହୋଇଥିବା ବିଜୁ ଜନତା ଦଳ ଇତି ମଧ୍ୟରେ ତାର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରୁଅଛି। ରାଜ୍ୟ ଶାସକ ଦଳ ହିସାବରେ ସାଧାରଣ ଜନତାଙ୍କ ଆଶା ଭରସା ବନିଥିବା ବିଜେଡି ସରକାର ସମ୍ପ୍ରତି ୫ମ ଥର ଲାଗି ଲଗାତାର ଭାବେ ରାଜ୍ୟରେ କ୍ଷମତାସୀନ ଥାଇ ବିଭିନ୍ନ ଗଠନ ମୂଳକ ଓ ସାମାଜିକ ନିରାପତ୍ତା ଯୋଜନା ପ୍ରଣୟନ କରି ରାଜ୍ୟବାସୀଙ୍କ ନିକଟରେ ହୋଇ ରହିଅଛି। ସାଧାରଣ ଜନତାଙ୍କ ସେବାକୁ ମୂଳଧର୍ମ ଭାବେ ଆଦର ଦେଇଥିବା ବିଜେଡିର ଭବିଷ୍ୟତ ଲକ୍ଷ୍ୟରେ ବିଜୁପ୍ରେମୀ, ଦଳୀୟ କର୍ମୀ, ଜନପ୍ରତିନିଧି ମାନ୍ୟବର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଯଥା ଅନୁରକ୍ତି ପ୍ରକଟ ସହ ମିଳିତ ସମନ୍ୱୟ ଦ୍ୱାରା ଦଳକୁ ମଜବୁତ କରିବାରେ ଯଥା ଉଦ୍ୟମ ଜାରି ରହିଅଛି। ପରନ୍ତୁ ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଆଞ୍ଚଳିକ ଦଳ ହିସାବରେ ଭାରତ ବର୍ଷରେ ନିଜର ପାଟିଆର ହାସଲ କରିଥିବା ବିଜେଡି ପ୍ରତି ଆସିବାକୁ ଥିବା ଯୋଜନା ବନ୍ଧ ରଣକୌଶଳକୁ ଭଣ୍ଡୁର କରିବାକୁ ଦଳୀୟ କର୍ମୀ ଓ ଜନପ୍ରତିନିଧିଙ୍କୁ ସମାଜର ସର୍ବନିମ୍ନ ସ୍ତର ସହ ଜଡିତ ରହିବାକୁ ଆଜି ସାନଖେମୁଣ୍ଡି ନିର୍ଵାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ଆୟୋଜିତ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ମଞ୍ଚାସିନ ଦଳୀୟ କର୍ମକର୍ତ୍ତା ତଥା ଜନପ୍ରତିନିଧି କର୍ମୀ ଓ ବିଜେଡି ଅନୁଗତକୁ ଆହ୍ୱାନ କରିଛନ୍ତି। ପୂର୍ବ ପ୍ରସ୍ତୁତି ସହ ଆଜି ସନ୍ଧ୍ୟାରେ ପାଟପୁର ସ୍ଥିତ ପୂର୍ତ୍ତଡାକ ବଙ୍ଗଳା ଠାରେ ଆୟୋଜିତ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ୱାବଧନରେ ଅନୁଷ୍ଠିତ ହୋଇଅଛି। ଉଭୟ ଧରକୋଟ ଓ ସାନଖେମୁଣ୍ଡି ବ୍ଲକ ବିଜେଡି କର୍ମୀ, କର୍ମକର୍ତ୍ତା, ଦଳୀୟ ଜନପ୍ରତିନିଧିଙ୍କ ସମାବେଶକୁ ପୂର୍ବତନ ବିଧାୟିକା ଅୟୋଜିତ କରି ସମାବେଶିତ ବର୍ଗକୁ ଦଳୀୟ ଶୃଙ୍ଖଳାର ନିବନ୍ଧ ରହି ଦଳକୁ ଦୃଢ଼ୀଭୁତ କରିବାକୁ ମତ ପ୍ରକାଶ କରିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଜେଡି ବ୍ଲକ ସଭାପତି ଶ୍ରୀ ଧୋବା ସ୍ବାଇଁ, ବ୍ଲକ ଉପାଧକ୍ଷ ଶ୍ରୀ ଗୋବିନ୍ଦ ସ୍ବାଇଁ, ବ୍ଳକ ଉପସଭାପତି ଧୋବା ପ୍ରଧାନ, ଗଙ୍ଗାଧର ପାତ୍ର, ସୁବାସ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଶଙ୍କର୍ଷଣ ସ୍ବାଇଁ, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ସନ୍ତୋଷ କୁମାର ବିଷୋୟୀ, ଛାତ୍ର ଜନତା ଦଳ ସଭାପତି କାଳୁ ଚରଣ ନାୟକ, ସରପଞ୍ଚ ନୀଳମାଧଵ ରାଉତ, ପୂର୍ବତନ ବ୍ଲକ ଅଧକ୍ଷ ତଥା ସାଂସଦ ପ୍ରତିନିଧି ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ, ସାଧାରଣ ସମ୍ପାଦକ ଅମିନ ପ୍ରଧାନ ପ୍ରମୁଖଙ୍କ ସହ ଧରକୋଟ ବ୍ଲକ ଅଧକ୍ଷା ଶ୍ରୀମତୀ ରୀନା ଗୌଡ଼, ବ୍ଲକ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ମହାରଣା, ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ମନୋଜ କୁମାର ପାତ୍ର, M.ରମାମୁର୍ତି ରେଡି, ସରପଞ୍ଚ ପ୍ରଦୀପ ସ୍ବାଇଁ, ଦିଲୀପ ସ୍ବାଇଁଙ୍କ ସହ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅୟୋଜିତ କାର୍ଯ୍ୟକ୍ରମକୁ ସାନଖେମୁଣ୍ଡିରେ ପାଳନ ଦାୟିତ୍ୱରେ ବ୍ଲକ ସଭାପତି ଶ୍ରୀ ଧୋବା ସ୍ବାଇଁ ପରିଚାଳନା କରିଥିବା ବେଳେ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ