ଭୁବନେଶ୍ଵର, କୁମାରୀଙ୍କ ବିଶେଷ ପର୍ବ କୁମାର ପୂର୍ଣ୍ଣିମା ଆଜି ସାରା ରାଜ୍ୟରେ ପାଳିତ ହେଉଛି । ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଉଠିଛି । କୁମାରୀମାନେ ସୁନ୍ଦର ବର ପାଇବା ଆଶାରେ ଏହି ପବିତ୍ର ତିଥିରେ ପ୍ରଭୁ କାର୍ତିକେୟଙ୍କୁ ଆରଧନା କରିବା ସହ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି । ତୁଳସୀ ଚଉରା ମୂଳରେ ବନ୍ଦାପନା କରିଥାନ୍ତି । ଭୋରରୁ ସ୍ନାନ ଏବଂ ନିତ୍ୟକର୍ମ ସାରି ନବବସ୍ତ୍ର ପରିଧାନ କରିଥାନ୍ତି । ଉପବାସ ରହିବା ସହ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଫଳ ଅର୍ପଣ କରିଥାନ୍ତି ।
ସେହିପରି ସଂନ୍ଧ୍ୟା ସମୟରେ ଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରିବା ସହ ତୁଳସୀ ଚଉରା ମୂଳେ ଲିଆରେ ଚାନ୍ଦ ପ୍ରସ୍ତୁତ କରି ପୂଜା କରିଥାନ୍ତି । ପୂଜା ସମ୍ପନ୍ନ କରିବା ପରେ ସେହି ଚାନ୍ଦ ଭୋଗ ଖାଇ କୁମାରୀମାନେ ଉପବାସ ଭଙ୍ଗ କରିଥାନ୍ତି । ଏହି ଅବସରରେ ଘରେ ଘରେ ପିଠାପଣାର ଆୟୋଜନ ହୋଇଛି ।