କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
୫୬ତମ କୁମାର ଉତ୍ସବ ପରିପ୍ରେକ୍ଷିରେ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ହୋଟେଲ ନମସ୍ତେ ପୁରି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟକ୍ଷ ଅଭ୍ୟର୍ଥନା କମିଟି ଜୟନ୍ତ କୁମାର ଷଡଙ୍ଗୀ, ସଭାପତି ବୀଭୁ ପ୍ରାସାଦ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରାଜେଶ୍ ମିଶ୍ର, ଚକ୍ରଧର ମହାପାତ୍ର, ମନୋଜ ରଥ,ଅମରେନ୍ଦ୍ର ପାଇକରାୟ ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ବିଦୁଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର ଉପସ୍ଥିତ ଥିଲେ।ଆଗାମୀ ତିନିଦିନ ହେବାକୁ ଥିବା ୫୬ତମ କୁମାର ଉତ୍ସବ ଚଳିତ ବର୍ଷ ମହା ସମାରୋହରେ ପାଳିତ ହେବାକୁ ଯାଉଛି। ପୁରୀ ଓ ଓଡିଶା ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଏହି ସମାରୋହରେ ସଂସ୍କୃତି ସମ୍ପନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ନାଟକ ଅନାମିକା ଉପାଖ୍ୟାନ ପରିବେଷଣ ହେବା ସହ ବମ୍ୱେ ର ସୁନାମ ଧନ୍ୟ କଣ୍ଠଶିଳ୍ପୀ ବିନୋଦ ରାଠୋର ସଙ୍ଗୀତ ପରିବେଷଣ କରିବେ।
ପୁର୍ବରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରିୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ
ଶ୍ରୀକ୍ଷେତ୍ର କୁମାରୀ ଭାବେ ଅର୍ପିତା ଶତପଥୀ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ , ପୁରୀ ଏବଂ ଶ୍ରୀକ୍ଷେତ୍ର କୁମାର ଭାବେ ଆଶିଷ କୁମାର ତ୍ରିପାଠୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମଧୁବନ, ପୁରୀ ମାନପତ୍ର ପ୍ରଦାନ କରାଯିବ |
୨୯-୧୦-୨୦୨୩ ରେ,ଶ୍ରୀଯୁକ୍ତ ରକ୍ଷକ ନାୟକ (ସାହିତ୍ୟିକ), ଆଲୋକ ଚନ୍ଦ୍ର ବାରିକ (ଭାରତୀୟ ସୂଚନା ସେବୀ),ଡଃ ଗୋବିନ୍ଦ ଚନ୍ଦ୍ର ପାଲ୍ ( ନୃତ୍ୟ ଗୁରୁ), ଆଶୁତୋଷ ସାହୁ ( ଓଡ଼ିଶା ପ୍ରଶାସନିକ ସେବା)
ଏବଂ ୩୧-୧୦-୨୦୨୩ ରେ ଶ୍ରୀଯୁକ୍ତ ରବି ତ୍ରିପାଠୀ( ନାଟ୍ୟ ନିର୍ଦ୍ଦେଶକ),ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ସିଂ (ବରିଷ୍ଠ ସାମ୍ବାଦିକ),ଶ୍ରୀଯୁକ୍ତ କିଶୋର ଜେନା ( କ୍ରୀଡାବିତ୍),ଶ୍ରୀମତୀ ସ୍ବାତୀସ୍ନିଗ୍ଧା ସୁଆର (ଓଡ଼ିଶା ପ୍ରଶାସନିକ ସେବା),ନୀତା ଫୁଟବଲ୍ ଏକାଡେମୀ ଏବଂ
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ବର୍ଗତଃ ଦିବାକର ତ୍ରିପାଠୀ ସ୍ମୃତି ସମ୍ମାନ ୨୦୨୩ ରେ
ଶ୍ରୀ ବ୍ରଜକିଶୋର ସାହୁ ( ସମାଜସେବୀ),ଶ୍ରୀ ଶିବ ସୁନ୍ଦର ମିଶ୍ର ( ଆଦର୍ଶ ଶିକ୍ଷକ),ଶ୍ରୀ ଚନ୍ଦ୍ରଶେଖର ମିଶ୍ର ( ସମାଜସେବୀ),ଶ୍ରୀ ରମାବଲ୍ଲଭ ମହାପାତ୍ର ( ଯୋଗଗୁରୁ),ଶ୍ରୀ ନୃସିଂହ ପ୍ରତିହାରୀ ( ନ୍ୟୁରୋଥେରାପିଷ୍ଟ),ଶ୍ରୀ ଅରବିନ୍ଦ ମିଶ୍ର
( ସଂଗୀତଜ୍ଞ ଓ ଗାୟକ ),ଶ୍ରୀ କାନ୍ତ କିଶୋର ମହାରଣା (ସ୍ଥପତି)ଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି |
Related Stories
October 9, 2024
October 9, 2024