ଜୟପୁର- ଗତ କିଛିଦିନ ହେବ ବୈପାରୀଗୁଡା ପୋଲିସ ପକ୍ଷରୁ କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡା ଚଢ଼ଉକୁ ଜୋରଦାର୍ କରାଯାଇଛି । ବୁଧବାରଦିନ ଅପରାହ୍ନ 3ଟା ବେଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ମାଝୀଗୁଡା ଓ ମସିଗାଁ ନିକଟରେ ପୃଥକ ପୃଥକ ଭାବେ ଚାଲିଥିବା କୁକୁଡ଼ା ଲଢେଇ ଜୁଆ ଆଡ୍ଡା ଉପରେ ବୈପାରୀଗୁଡା ପୋଲିସ ଚଢ଼ଉ କରିଥିଲା । ଏ ସଂକ୍ରାନ୍ତରେ ବୈପାରୀଗୁଡା ଥାନା ପୋଲିସ କେସ୍ ନମ୍ବର 195/2019 ଓ 196/2019 ଅନୁଯାୟୀ ଦୁଇଟି ମାମଲା ରୁଜୁ କରିଥିବା ଜଣାପଡିଛି I ଏହି ଚଢ଼ଉ ସମୟରେ ଘଟଣାସ୍ଥଳରୁ 14 ଜଣ ଯୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ 5 ଟି କୁକୁଡ଼ା, 12ଟି ଛୁରୀ, 6ଟି ମୋବାଇଲ ଫୋନ, ତିନୋଟି ମୋଟର ସାଇକଲ ଏବଂ 2400 ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି I
ସୂଚନାଥାଉକି, ଗତ ତିନିଦିନ ମଧ୍ୟରେ ବୈପାରୀଗୁଡା ପୋଲିସ ପକ୍ଷରୁ ଧଉଡlଗୁଡା, ଘଷରଡ଼ାରେ କୁକୁଡ଼ା ଲଢେ଼ଇ ଚାଲିଥିବା ବେଳେ ଚଢ଼ଉ କରି ଜୁଆଡିଙ୍କୁ ଗିରଫ କରିଥିବା ବେଳେ ପୁଣି ଆଜି ମାଝିଗୁଡା ଓ ମସିଗାଁରେ ମଧ୍ୟ ଏହିପରି ଚଢ଼ଉ କରାଯାଇଛି l ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢେଇ ଜୁଆ ଆଡ୍ଡାରୁ ମୋଟ୍ 26 ଜଣ ଜୁଆଡି, 9ଟି ମୋଟର ସାଇକଲ, 6875/ ଟଙ୍କା ବୈପାରୀଗୁଡା ପୋଲିସକୁ ପକ୍ଷରୁ ଜବତ କରି କେସ ନମ୍ବର 192, 193, 195, 196 /2019 ଅନୁଯାୟୀ ମାମଲା ରୁଜୁ କରିସାରିଛି l ଗତ କିଛି ଦିନହେବ ବୈପାରୀଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଅପରାଧକୁ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଅାଯାଇଥିବା ଜଣାପଡିଛି l ବୈପାରୀଗୁଡା ଅଂଚଳରେ ଲୋକଙ୍କୁ ସୁରକ୍ଷା ଦେବାସହ ଅପରାଧ ନିୟନ୍ତ୍ରଣ କରିବା, ଗଂଜେଇ ମାଫିଆ ଗିରଫ, କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡା ଚଢ଼ଉ, ହୋଟେଲରୁ ଚୋରା ମଦ ଜବତ କରିବା ପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଅାଯାଇଛି । ଏଣୁ ବୈପାରୀଗୁଡା ପୋଲିସକୁ ସାଧାରଣରେ ମିଳୁଛି ପ୍ରଶଂସା ।