କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଟାଏକୋଣ୍ଡୋ ଅସୋସିଏସନ ଅଫ ପୁରୀ ତରଫରୁ ରେଳବାଇ ଇଣ୍ଡୋର ହଲ ଠାରେ ୧୬ ତମ ଜିଲ୍ଲା ସ୍ତରୀୟ କିରୋଗୀ ଓ ୮ତମ ଜିଲ୍ଲା ସ୍ତରୀୟ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି | ପୁରୀ ଜିଲ୍ଲାରୁ ବିଭିନ୍ନ ଅଞ୍ଚଳରୁ ଯଥା ପୁରୀ ସହର, କୋଣାର୍କ, ନିମାପଡା, ସାକ୍ଷୀଗୋପାଳ, ସାତଶଂଖ, ପିପିଲି ଅଞ୍ଚଳରୁ ୧୫ ଟା ଟ୍ରେନିଂ ସେଣ୍ଟରରୁ ୩୫0ରୁ ଉର୍ଦ୍ଧ ବାଳକ ଆଉ ବାଳିକା ପ୍ରତିଯୋଗୀ କିରୋଗୀ ଓ ପୁମସି ଇଭେଣ୍ଟ ରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ |ଏହି ପ୍ରତିଯୋଗିତାରେ ୩ ବର୍ଷରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗି ବିଭିନ୍ନ ୱେଟ କାଟେଗୋରୀ ଓ ବୟସ ବିଭାଗରେ ପ୍ରତିଯୋଗୀତା କରିଥିଲେ |ଏହି ପ୍ରତିଯୋଗିତାକୁ ପରିଚାଳନା କରିବାପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ 20ଜଣ ଜାତୀୟ ରେଫରୀମାନେ ନିଯୁକ୍ତ ହୋଇଥିଲେ |ଏହି ପ୍ରତିଯୋଗିତା ଇଲେକ୍ଟ୍ରୋନି ସେନସର ଦ୍ୱାରା ଓ ଇଲୋକଟ୍ରୋନିକ ସ୍କୋରିଙ୍ଗ ରେ ମୂଲ୍ୟାଣ କରାଯାଇଥିଲା ଯାହା ସ୍କୋରିଙ୍ଗ କଲାବେଳେ ସ୍ୱଛତା ରହିଥିଲା |
ଏହି ପ୍ରତିଯୋଗିତାକୁ ପୁରୀ ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ଧବଳେଶ ମହାପାତ୍ର ଅନୁଷ୍ଠିନିକ ଭାବେ ଉଠଘାଟନ କରିଥିଲେ |ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲା ସଙ୍ଘର ଅଧ୍ୟକ୍ଷ ଶ୍ରୀ ବ୍ୟମୋକେଶ ଅଭିଳାଷ ପ୍ରସାଦ ତତ୍ୱାବଧାନରେ ପରିଚାଳିତ ହୋଇଥିଲା |ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଖେଳାଳି ଅଂଶ ଗ୍ରହଣ କରିଥିବାରୁ ଜିଲ୍ଲା ସଙ୍ଘର ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳି, ରେଫରୀ, ଅଫିସିଆଲସ, କୋଚ, ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଥିଲେ |