
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳ ଅଧିନ ଫକିରାବାଦ୍ ଉର୍ଦ୍ଧୁ ପ୍ରାଇମେରୀ ସ୍କୁଲ୍ର ଶିକ୍ଷକ ସେକ୍ ମନସୁର ଅଲ୍ଲୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକ ସହିଦ୍ ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଦର୍ଶ ଶିକ୍ଷକ ତଥା ଶିକ୍ଷକ ସଂଗଠନର କର୍ମକର୍ତାଭାବେ ତାଙ୍କର ନିÂା ଓ ସାଧନା ପ୍ରତି ସମ୍ମାନ ଜଣାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବାଚଷ୍ପତି ଶରତ କୁମାର କର, ପୂର୍ବତନ ମନ୍ତ୍ରୀ ସୁରମା ପାଢି, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଶ୍ୱଦେବ ସମାଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର କର, ଷ୍ଟାର୍ଟ ଓଡିଶାର ସାଧାରଣ ସଂପାଦକ ନରେନ୍ଦ୍ର ନାଥ ନାୟକ ଓ ଷ୍ଟାର୍ଟ ଓଡିଶାର ସଭାପତି ବିଜୟାନନ୍ଦ ନାୟକ, ଲୋକସେବକ ମଣ୍ଡଳର ସଭ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସେଖ୍ ମନସୁର୍ ଅଲ୍ଲୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।