
ଧର୍ମଶାଳା- ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ୧୪ ତମ ଧର୍ମଶାଳା ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ମହୋତ୍ସବ ସଭାପତି ଜଳଧର ମହାନ୍ତିଙ୍କ ସଭାପତିତ୍ୱରେ ଉଦଘାଟକଭାବେ ପଂଚାୟତିରାଜ,ଆଇନ,ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥିଭାବେ ଶିଳ୍ପ,ଶକ୍ତି ଅଣୁଟୁଦ୍ର ଓ ମଧ୍ୟମ ଶିଳ୍ପ ଓ ଗୃହ ବିଭାଗ ବନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,ସମ୍ମାନିତ ଅତିଥିଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇଥିଲେ । ଓଡିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ । ଏହା ସଦାସର୍ବଦା ସଂସ୍କୃତିକୁ ପ୍ରଧାନ୍ୟ ଦେଇଆସୁଛି । ଏହି ମହୋତ୍ସବ ବିଗତ ବର୍ଷକୁ ମନେରଖିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସଭ୍ୟ ସବ୍ୟସଚୀ ସୁନ୍ଦରରାୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କମିଟି ଉପ-ସଭାପତି ଇନ୍ଦ୍ରମଣୀ ନାୟକ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ମହୋତ୍ସବ କମିଟି ସମ୍ପାଦକ ସତ୍ୟପ୍ରୀୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋତ୍ସବ ୧୨ ଦିନ ଧରି ଚାଲିବ । ଶେଷରେ ନୃତ୍ୟଶ୍ରୀ ଜଟଣୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।