
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅଧିନ ଗଣ୍ଡାକିଆ ସ୍ଥିତ ସତ୍ୟସାଇ ସେବା ସଂଗଠନର ୨୦ତମ ବାର୍ଷିକ ଉତ୍ସବ ଅନୁÂିତ ହୋଇଯାଇଛି । ଏ ଉପଲକ୍ଷେ ଗଣ୍ଡାକିଆ ଆଖପାଖର ପ୍ରାୟ ଟି୧୫ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମାବେଶ କରାଯାଇ କ୍ରିଡା ଓ ବିଭିନ୍ନ କଳା ନିପୁଣତାର ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଡକ୍ଟର ଗୁରୁଚରଣ ପ୍ରଧାନ ଯୋଗଦେଇଥିବାବେଳେ ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ, ପ୍ରାଧ୍ୟାପକ ରାମଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଯୁବ ସଂଯୋଜକ ସତ୍ୟସାଇ ବେହେରା, ସେବା ସଂଯୋଜକ କାବେରୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସେବା ମାଧ୍ୟମରେ ଭଗବତ୍ ଦର୍ଶନ ମିଳିପାରିବ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ସତ୍ୟସାଇ ଆଶ୍ରିତ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।