କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବାୟାବାବା କଲେଜର +୨ ଦ୍ୱିତୀୟ ବର୍ଷର ଛାତ୍ର ଗଙ୍ଗାଧର ସାହୁଙ୍କ ପୁଅ ସୂର୍ଯ୍ୟବନ୍ଧୁ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମହାକାଳପଡା ତେରଗାଁର ସ୍ୱର୍ଗତ ସାହୁ ତିନିଦିନ ହେଲା ଅଜଣା ଜ୍ୱର ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ତେବେ ତାଙ୍କର ଜ୍ୱର ଅଧିକ ହେବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ମହାକାଳପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Related Stories
December 2, 2024