ମାଲକାନଗିରି – ବିଦ୍ୟାଳୟରେ ଗତ ୧୦ ଦିନ ଧରି ଠିକ୍ ଭାବରେ ଖାଇବାକୁ ପାଉ ନ ଥିବା ପ୍ରତିବାଦରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ଛାତ୍ରୀ। ବିଦ୍ୟାଳୟରେ ଗତ ୨ ତାରିଖ ଠାରୁ ସେମାନଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆ ଯାଉନାହିଁ, ଏମିତିକି ଗତ ତିନି ଦିନ ଧରି ପ୍ରାୟ ୨୦୦ ଛାତ୍ରୀ ଓଳିଏ ଖାଇ ଓଳିଏ ଭୋକରେ ଥିବା ଅଭିଯୋଗ ହୋଇଛି। ଅର୍ଥାତ ଗତ ତିନ ଦିନ ଧରି ପିଲାଙ୍କୁ ମାଧ୍ୟାହ୍ନ ଭୋଜନ ମିଳି ନ ଥିବା ଅଭିଯୋଗ ନେଇ ଏହି ପ୍ରତିବାଦ ଜାରି ରଖିଛନ୍ତି ମାଥିଲି ବ୍ଲକ ନାୟକଗୁଡା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ। ଛାତ୍ରୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ରଖିଥିବାରୁ ରାଜପଥ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି । ଜିଲ୍ଲାପାଳ ଆସି ସେମାନଙ୍କ ସହିତ ସମସ୍ୟା ବାବଦରେ ଆଲୋଚନା କଲା ପରେ ଆନ୍ଦୋଳନରୁ ଓହରିବେ ବୋଲି ଛାତ୍ରୀ ମାନେ ନିଜ ଜିଦ୍ ରେ ଅଡ଼ି ବସିଛନ୍ତି । ପ୍ରକାଶ ଥାଉକି, ଛାତ୍ରୀ ମାନେ ଗତ କିଛି ଦିନ ତଳେ ବିଭିନ୍ନ ସମସ୍ୟା ବାବଦରେ ଉଚ୍ଚ ଅଧିକାରୀକୁ ଅବଗତ କରାଇଥିଲେ ସୁଦ୍ଧା ସେ ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିବା ଜଣାପଡିଛି ।
Related Stories
April 26, 2024