କେନ୍ଦ୍ରାପଡ଼ା – ଜନନେତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ଭାଗବତ ପ୍ରସାଦ ମହାନ୍ତି ବ୍ୟକ୍ତିସତ୍ତା ଓ ଦଳୀୟ ଚିନ୍ତାଧାରାର ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍କୁ ଉଠିଥିବା ଏକ ସାର୍ବଜନୀନ ଅନୁÂାନରେ ପରିଣତ ହୋଇଥିଲେ । ରାଜନୈତିକ ପ୍ରତିଦ୍ୱନ୍ଦିତା ଓ ବିରୋଧ ଥିଲେ ମଧ୍ୟ ତାଙ୍କର ଆମ୍ôୀୟତା ତଥା ତାଙ୍କ ବିରୋଧିଙ୍କୁ ମଧ୍ୟ ପାଖକୁ ଟାଣିଆଣୁଥିଲା । ଓଡିଶାର ରାଜନୈତିକ ମଂଚରେ ସେ ଥିଲେ ଅଜାତ ଶତ୍ରୁ ବରିÂ ଅଭିନେତା । ବ୍ୟକ୍ତିସତାର ଉଦ୍ଧ୍ୱର୍କୁ ଉଥିତ ଏକ ସାର୍ବଜନୀନ ଅନୁÂାନ । ରାଜନୀତିକୁ ସମାଜସେବାର ବୃହତର ପରିଧି ଭାବେ ବିବେଚନା କରି ସେ ଜନ୍ମମାଟି କେନ୍ଦ୍ରାପଡାର ସର୍ବାଙ୍ଗୀନ ବିକାଶ ନିମନ୍ତେ ବହୁ ଉଦ୍ୟମ କରିଥିଲେ । ତାଙ୍କୁ ଦଳମତ ନିର୍ବିଶେଷରେ ବିକାଶ ପୁରୁଷ କହିଲେ କୈାଣସି ଅତ୍ୟୁକ୍ତି ହେବନାହିଁ । ରାଜ୍ୟସ୍ତରୀୟ ଭାଗବତ ମହାନ୍ତି ସ୍ମୃତିସଭାରେ ଏହିଭଳି ମତବ୍ୟକ୍ତ କରିଥିଲେ ବିଭିନ୍ନ ରାଜନୈତିକ ସ୍ଥଳର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ । ଭାଗବତ ପ୍ରସାଦ ମହାନ୍ତିଙ୍କ ଉଦେ୍ଧଶ୍ୟରେ କେନ୍ଦ୍ରାପଡାଠାରେ ଆୟୋଜିତ ସାର୍ବଜନୀନ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁÂିତ ସ୍ମୃତିସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିÂ ବିଜେପି ନେତା ବିଜୟ ମହାପାତ୍ର, ଭୁବନ ମୋହନ ଜେନା, ବୈଦ୍ୟନାଥ ଚାଟାର୍ଜୀ, ସୁନାକର ବେହେରା, ପ୍ରାକ୍ତନ ବିଧାୟିକା ସିପ୍ରା ମଲ୍ଲିକ, ଅଲେଖ ଜେନା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଉକ୍ରଳ କେଶରୀ ପରିଡା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଭଜକୃଷ୍ଣ ରାଉତ, ଜ୍ଞାନ ବେହୁରା, ଦୋଳଗୋବିନ୍ଦ ନାୟକ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ୍ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା, ବ୍ଲକ ଚେୟାରମ୍ୟାନ୍ ଅନାମବଂଧୁ ଧଳ, ପ୍ରଫେସର ଅଜୟ କୁମାର ରାଉତ, ଅମ୍ବିକା ପ୍ରସାଦ ଦାସ, ଦେବେନ୍ଦ୍ର ସୁଆର, ଉମେଶ ସିଂ, ଡା. ବୈଷ୍ଣବ ଚରଣ ପରିଡା, ଶିବାନନ୍ଦ ଆଶ୍ରମର ଶ୍ରୀମା ଦିବ୍ୟାସ୍ୱରୂପା ଚୈତନ୍ୟ, ସଂଗୀତଜ୍ଞ ନୀଳମାଧବ ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଗୟାଧର ଧଳ, ହଳଧର ସେଠୀ, ପୂର୍ବତନ ପ୍ରଶାସକ ଅଲେଖ ପଢିଆରୀ, ଆଇନ୍ଜିବୀ ବିଦୁଭୂଷଣ ମହାପାତ୍ର, ସରକାରୀ ଓକିଲ ସଂଜୟ ଜେନା, ପୂର୍ବତନ କାଉନ୍ସିଲର ଶରତ ବେହୁରା, କାଳୀପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ପତି, ହିରଣ୍ୟ ପଣ୍ଡା, ମୁକ୍ତାର ଖାଁ, ସୁଶୀଳ କୁମାର ସାମଲ, ମହେନ୍ଦ୍ର ପରିଡା, ଫକୀର ଖଟୁଆ ପ୍ରମୁଖ ବକ୍ତବ୍ୟ ରଖି ସ୍ୱର୍ଗତଃ କର୍ମବୀର ଭାଗବତ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏ ଅବସରରେ ଅପ୍ରତିହତ ଯୋଦ୍ଧା ଶୀର୍ଷକ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୂର୍ବାହ୍ନରେ ଗୋବରୀନଦୀ ବିସର୍ଜନ ଘାଟରେ ସ୍ୱର୍ଗତଃ ଆତ୍ମାଙ୍କ ପ୍ରତି ତୀଳ ତର୍ପଣ କରାଯାଇଥିଲା । ସ୍ମୃତିସମାରୋହକୁ କମିଟି ସଦସ୍ୟ ଅକ୍ଷୟ କୁମାର ପାଣି ପରିଚାଳନା କରିଥିବାବେଳେ ସମ୍ଭିତ୍ ଶ୍ରୀ ଚନ୍ଦନ, ଡଃ. ଅମୀୟ ଜେନା ପ୍ରମୁଖ ପରିଚାଳନା କରିଥିଲେ ।
Related Stories
November 23, 2024