ଭୁବନେଶ୍ୱର – ଆଜି ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କର ବଡ଼ଦିନ ପର୍ବ ବିଭିନ୍ନ ଚର୍ଚ୍ଚମାନଙ୍କରେ ଧୂମଧାମରେ ପାଳିତ ହୋଇଛି । ମଧ୍ୟରାତ୍ରରୁ ଚର୍ଚ୍ଚଗୁଡ଼ିକ ଭିଡ଼ ରହିଥିଲା । କୁନିକୁନି ପିଲାମାନଙ୍କୁ ଶାନ୍ତାକ୍ଲଜ ଚକୋଲେଟ୍ ବଂଟାଯାଇଥିଲା । ଶାନ୍ତାକ୍ଲୋଜମାନଙ୍କର ଏକ ଶୋଭାଯାତ୍ରା ବାହାରିଥିଲା । ଏହି ପିଲାମାନେ ସେମାନଙ୍କ ସହିତ ସମୟ କଟାଇଥିଲେ । ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର କେକ୍, ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଇଥିଲା । ପ୍ରତୁ୍ୟଷରେ ସମୁହ ପ୍ରାର୍ଥନା ସଭା ଅନୁÂିତ ହୋଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ଆଦି କଡ଼ାକଡ଼ି କରାଯାଇଥିଲା । କନ୍ଧମାଳରେ ଏଥିପାଇଁ ୩୪ ପ୍ଲାଟୁନ୍ ପୋଲିସ ବଳ ମୁତୟନ କରାଯାଇଥିଲା । ଚର୍ଚ୍ଚମାନଙ୍କ ପକ୍ଷରୁ ଯୀଶୁଙ୍କ ଜନ୍ମ ବୃତାନ୍ତକୁ ନେଇ ଆଲୋଚନାଚକ୍ରମାନ ଅନୁÂିତ ହୋଇଥିଲା । ଏହାବ୍ୟତୀତ ଚର୍ଚ୍ଚମାନଙ୍କ ପକ୍ଷରୁ ଦରିଦ୍ରସେବା ମଧ୍ୟ କରାଯାଇଥିଲା ।