ବଲାଙ୍ଗିର, ଲୋଇସିଂହା କଲ୍ୟାଣମଣ୍ଡପ ଠାରେ ଅନୁସୂଚିତ ଜାତି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନୁଆଁଖାଇ କାର୍ଯ୍ୟକ୍ରମଟି ତରଣୀସେନ ଦୀପ, ଶଙ୍କର ନନ୍ଦ ଓ ପିତାମ୍ବର ବାରିକଙ୍କ ମିଳିତ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥଲା । ଏଥିରେ ମୁଖ୍ୟ ଅତିଥି ଭାବେ ନିହାଲ ସିଂ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆକବର ଖାଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନେତା ପାଣ୍ଡଵ କୁମ୍ଭାର ଯୋଗଦେଇ ଉଦବୋଧନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୀତାରାମ ମେହେର, ଓମପ୍ରକାଶ କୁମ୍ଭାର, ହେମସାଗର ନନ୍ଦ, ବିଜ୍ଞାନ କୁମ୍ଭାର, ଡଃ. ଅର୍ଜୁନ ମୁଗ୍ରୀ, ସଞ୍ଜୟ ଦୀପ, ସତ୍ୟାନନ୍ଦ ସୁନା, ନେପାଳ ବାଗ, ଶମ୍ଭୁ ନାଗ, ସବିତା ନନ୍ଦ ଯୋଗ ଦେଇଥିଲେ। ଏହାସହ ଆହୁରି ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଦ୍ଵାରା ଲିଖିତ ଭାରତୀୟ ସମ୍ବିଧାନ ତଥା ସାମ୍ବିଧାନିକ ବିଚାରଧାରା ଉପରେ ଆଲୋଚନା କରିଥିଲେ। ନୂଆଁଖାଇ ଭେଟଘାଟ ମାଧ୍ୟମରେ ଭାଇଚାରା ଓ ଏକତା କିପରି ବଜାୟ ରହିବ ସେ ବିଷୟରେ ଆଲୋଚନା କରିଥିଲେ। ଗଣ୍ଡା ସମାଜର କିଭଳି ଭାବେ ସର୍ବାଙ୍ଗୀନ ବିକାଶ ହୋଇପାରିବ ସେ ଉପରେ ମଧ୍ୟ ସମସ୍ତ ଅତିଥି ବୃନ୍ଦ ଗୁରୁତ୍ଵାରୋପ କରିଥିଲେ। ବିଶେଷ କରି ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଉନ୍ନତି ହେଲେ ସମାଜର ବିକାଶ ହେବାସହ ଶିକ୍ଷାର ବୃଦ୍ଧିହେଲେ ସମାଜର ବିକାଶ ହୋଇପାରିବ ବୋଲି ଅତିଥିବୃନ୍ଦ ମତବ୍ୟକ୍ତ ରଖିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଲୋକେ ଏହାକୁ ଖୁଵ ଉପଭୋଗ କରଥିଲେ। ଏହି ନୂଆଁଖାଇ ଭେଟଘାଟରେ ଅନେକଙ୍କୁ ସମ୍ମାନିତ କରାଯାଇଥିଲା। ଲୋଇସିଂହା ନିର୍ବଚନ ମଣ୍ଡଳୀର ୩ ଟି ବ୍ଲକର ଅନେକ ଲୋକଙ୍କ ସମାଗମ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।