![](https://indokalingtimes.com/wp-content/uploads/2023/10/WhatsApp-Image-2023-10-16-at-23.14.02-1024x768.jpeg)
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବିଶ୍ଵ ଖାଦ୍ୟ ଦିବସ ଉପଲକ୍ଷେ ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ସ୍ଥାନୀୟ ଷ୍ଟେସନ ନିକଟରେ ପ୍ରତ୍ୟେକ ଦିନ ଭଳି ମହାପ୍ରସାଦ ବିତରଣ କରାଯାଇଛି l ପାଖାପାଖି 300 ରୁ ଉର୍ଦ୍ଧ୍ୱ ବାହାରୁ ଆସୁଥିବା ଯାତ୍ରୀ ଦୈନିକ ରହୁଥିବା ଅସହାୟ ମାନଙ୍କୁ ପରିବାର ର ସଦସ୍ୟ ସଦସ୍ୟା ମାନେ ବିତରଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ସନ୍ତୋଷ ସେନାପତି ଉଦଘାଟନ କରି କହିଥିଲେ ପ୍ରାୟ ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ଦୈନିକ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ରେ ଆଜି ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି l ଅନ୍ନ ହେଉଛି ବ୍ରହ୍ମ l ତେଣୁ ଏହାକୁ ନଷ୍ଟ ନକରି ବିତରଣ କରିଲେ ଅନେକ ଲୋକଙ୍କ କ୍ଷୁଧା ନିବାରଣ ହୋଇପାରିବ l ଖରା, ବର୍ଷା, ଶୀତ, ବନ୍ୟା ଓ ବାତ୍ୟାରେ ମଧ୍ଯ ପରିବାରର ସମସ୍ତ ସଦସ୍ଯଙ୍କ ସହାୟତା ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମରେ ବଳକା ଖାଦ୍ୟ ସଂଗ୍ରହ ହେବା ସହ ଦୈନିକ 500 ରୁ ଉର୍ଦ୍ଧ୍ବ ଲୋକଙ୍କ କ୍ଷୁଧା ନିବାରଣ ପାଇଁ ଚେଷ୍ଟା କରୁଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦାତା ମାନଙ୍କୁ ଧନ୍ୟ ବାଦ ଜଣାଇଥିଲେ l ସେହିପରି ସମ୍ପାଦିକା ନିହାରିକା ତ୍ରିପାଠୀ ନିଜ ବକ୍ତବ୍ୟରେ ସଂଘର୍ଷ ମଧ୍ୟରେ ପ୍ରତିଟି ସଦସ୍ୟ କିପରି ଦୀର୍ଘ ବର୍ଷ ଧରି ଦୈନିକ ଖାଦ୍ୟ ବିତରଣ କରୁଛନ୍ତି ତାହା କହିଥିଲେ l ଏହି ଅବସରରେ ପରିବାର ତରଫରୁ ଖାଦ୍ୟ ସଂଗ୍ରହ ପାଇଁ 8249464034 ନମ୍ବର ଜାରି କରାଯାଇଥିଲା l ଯେଉଁଥିରେ ବିଭିନ୍ନ କାର୍ଯ୍ୟକ୍ରମ ବଳକା ଖାଦ୍ୟକୁ ନଷ୍ଟ ନକରି ଜନସାଧାରଣ ଯୋଗାଯୋଗ କରିଲେ ଖାଦ୍ୟ ସଂଗ୍ରହ କରିବା ସହ ଲୋକଙ୍କୁ ବିତରଣ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ତିଳତ୍ତମl ଧଳ, ସନ୍ତୋଷୀ ଭୋଇ, କଳ୍ପନା ଦାସ, ଦିଲ୍ଲୀପ ଚି଼ନେରା, ସନ୍ତୋଷ ମୁଖି, ଜଗନ୍ନାଥ ପଣ୍ଡା, ଗଜେନ୍ଦ୍ର ସେନାପତି, ଉମେଶ ମହାକୁଡ଼, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l