ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ରାଜେନ୍ଦ୍ରପୁର ପଂଚାୟତର ସାରୋ ଗ୍ରାମସ୍ଥ ସାରୋ ସାହି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ ହାଇକୋର୍ଟଙ୍କ ନିଦ୍ର୍ଧେଶ ମୂଳେ ନିର୍ମାଣସ୍ଥାନର ପୁନଃ ମାପଚୁପ ପାଇଁ ତହସିଲଦାର ଆଦେଶ ଦେଇଥିବାର ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କାର ବ୍ୟୟ ବରାଦ କାର୍ଯ୍ୟ ରାଜେନ୍ଦ୍ରପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହାସଲ କରିଥିଲେ। ନିର୍ମାଣ ପୂର୍ବରୁ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଫିଜିବିଲିଟି ରିପୋର୍ଟ ଅଣାଯାଇଥିଲା। ତେବେ ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିବା ଜମି ବ୍ୟତିରେକ ଭିନ୍ନ ଜମିରେ ନିର୍ମାଣ କରାଯାଉଥିବାର ଅଭିେଯାଗ ହୋଇଥିଲା। ଏହି ଗ୍ରାମର ପଦ୍ମନାଭ ସାହୁଙ୍କ ଖାତା ନଂ ୨୭୫ ଓ ଖସଡା ନଂ ୧୫୩୬ ରେ ଥିବା ସ୍ଥିତିବାନ ସତ୍ବ ଘରବାଡି କିସମ ଜମିରେ ଆଂଶିକ ଓ ସରକାରୀ ଖାତା ନଂ ୪୬୧ ଓ ଖସଡା ନଂ ୧୫୧୨ ଟି ଗ୍ରାମ୍ୟ ରାସ୍ତା କିସମ ଥାଇ ଚଳପ୍ରଚଳ ବାଟରେ ହó ଉକ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ପଦ୍ମନାଭ ସାହୁଙ୍କ ସମେତ ଭାସ୍କର ନାୟକ, ମଦନ ମହାରଣା, ଭରତ ଚନ୍ଦ୍ର ପଣ୍ଡା, ପଦ୍ମନାଭ ଜେନା, ସୁବାଷ ଦାସ, ରୋହିତ ଭାରତୀ, ବିଷ୍ଣୁଚରଣ ସାମଲ, ସୁରେନ୍ଦ୍ର କୁମାର ମହାରଣା ଓ ବଳରାମ ଜେନା ପ୍ରମୁଖ ଏ ସଂପର୍କରେ ବିଡିଓଙ୍କ ନିକଟରେ ଅଭିେଯାଗ କରିଥିଲେ। ଫଳରେ ବିଡିଓଙ୍କ ନିଦ୍ର୍ଧେଶ କ୍ରମେ ବ୍ଲକ୍ କନିଷ୍ଠଯନ୍ରୀ ମଂଜୁରୀରୋଡ୍ ରାଜସ୍ବ ନିରୀକ୍ଷକ ଫିଜିବିଲିଟ ଜମିର ମାପଚୁପ କରାଇଥିଲେ। ହେଲେ ରାଜସ୍ବ ନିରୀକ୍ଷକ ତହସିଲଦାରଙ୍କୁ ଗତ ୧୬ ତାରିଖରେ ପକ୍ଷପାତ ମୂଳକ ରିପୋର୍ଟ ଦେଇଥିଲେ ବୋଲି ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ଅଭିେଯାଗ କରିଥିଲେ। ରାଜସ୍ବ ନିରୀକ୍ଷକ ୧୪୦୬ ଓ ୧୫୧୨ ଖସଡାରେ ଉକ୍ତ ଅଙ୍ଗନଓ୍ବାଡି ଘର ନିର୍ମାଣ କରାଯାଉଛି ବୋଲି ସପକ୍ଷବାଦୀ ରିପୋର୍ଟ ଗତ ୧୬ ରେ ତହସିଲଦାରଙ୍କୁ ଦେଇଥିଲେ। ବାସ୍ତବରେ ନିର୍ମାଣାଧୀନ ଅଙ୍ଗନଓ୍ବାଡି ଗୃହଟି ୧୪୦୬ ନଂ ଖସଡାରେ ୧୦ ପ୍ରତିଶତ, ୧୫୧୨ ଖସଡାରେ ୮୦ ପ୍ରତିଶତ ଓ ପଦ୍ମନାଭ ସାହୁଙ୍କ ମାଲିକାନାରେ ଥିବା ଖାତା ନଂ ୨୬୫ ଅଧୀନସ୍ଥ ୧୫୩୬ ନଂ ଖସଡାରେ ୧୦ ପ୍ରତିଶତ ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀମାନେ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଉପରେ ତହସିଲଦାରଙ୍କ ନିକଟରେ ଗତ ୧୯ ରେ ଆପି କରିଥିଲେ। ତହସିଲଦାର ରାଜସ୍ବ ସୁପରଭାଇଜରଙ୍କୁ ପୁନଃ ମାପଚୁପ କରି ରିପୋର୍ଟ ଦେବାକୁ ଆଦେଶ ଦେଇଥିବାର ଜଣାଯାଇଛି। ପ୍ରଶାସନର ଏଭଳି ଆଭିମୁଖ୍ୟ େଯାଗୁଁ ଗ୍ରାମବାସୀ ବିଷ୍ଣୁ ସାମଲ, ଶଶିକାନ୍ତ ପଣ୍ଡା, ମଣିଭଦ୍ରା ଜେନା ପ୍ରମୁଖ ଉଚ୍ଚ ନ୍ୟାୟାଳୟରେ ସାରୋ ଅଙ୍ଗନଓ୍ବାଡି କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଜମିରେ ନିର୍ମାଣ ବିରୁଦ୍ଧରେ ମାମଲା ଦାୟର କରିଥିବାର ଜଣାଯାଇଛି। ଏଥିସହ ସଂପୃକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ନେଇ ବ୍ଲକ୍ ପ୍ରଶାସନ ରିପୋର୍ଟରେ ଦର୍ଶାଇଥିବାରୁ ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।