
ଭଦ୍ରକ – ଭଦ୍ରକ ପୁରୁଣାବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦୁଇଦିନ ବ୍ୟାପୀ ରୌପ୍ୟଜୟନ୍ତୀ ସମାରୋହ ଉଦ୍ଯାପିତ ହୋଇଛି। ପ୍ରଥମ ଦିନର ଉଦ୍ଘାଟନୀ ଉସôବରେ ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହାନ୍ତି ଅଧ୍ଯକ୍ଷତା କରି ଜ୍ୟୋତି ସ୍ଥାପନ ପୂର୍ବକ ଗୀତାଯଜ୍ଞରେ େଯାଗଦେଇଥିଲେ। ଅପରାହ୍ନ ୪.୩୦ ରେ ସଭାପତି କୈଳାସ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳର ରାଜ୍ୟ ଉପନେତା ବିଷ୍ଣୁଚରଣ ସେଠୀ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉସôବର ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜସ୍ବ ମନ୍ରୀ ମନମୋହନ ସାମଲ, ବରିଷ୍ଠ ସମାଜସେବୀ ଡାକ୍ତର ପ୍ରଦୀପ କୁମାର ନାୟକ, ମୁଖ୍ୟବକ୍ତା ଭାବେ ସଂଗଠନ ସଂପାଦକ ରମାକାନ୍ତ ମହାନ୍ତ, ସଂପାଦକ ଭାଗବତ ବାରିକ ପ୍ରମୁଖ େଯାଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଗୁରୁଜୀ ମନ୍ଦରଧର ସାହୁ ପ୍ରଥମ ଦିନର ସଭା ମଂଚ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କର ପାରଦର୍ଶିତା ପ୍ରତିପାଦିତ କରିଥିଲେ। ଏହି ପ୍ରଥମ ଦିନର ଉସôବରେ ସମସ୍ତ ଗୁରୁଜୀ-ଗୁରୁମା, ଅଭିଭାବକ ଓ ସ୍ଥାନୀୟ ଅଂଚଳର ନେତୃବୃନ୍ଦ ସହେଯାଗ କରିଥିବାବେଳେ ସହ ସଂପାଦକ ଦୁର୍ଗାପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଦିନରେ ସଂପାଦକ ଭାଗବତ ବାରିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଦିବସରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ସାଂସଦ ମଂଜୁଲତା ମଣ୍ଡଳ, ତିହିଡି ବ୍ଲକ୍ ଅଧ୍ଯକ୍ଷା ବିଦୁ୍ୟତ୍ଲତା ମଣ୍ଡଳ ସମ୍ମାନିତ ଅତିଥି ଭାବେ େଯାଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପୂର୍ବୋର ସମ୍ଭାଗର ସଭାପତି ନରୋମ ପରିଡା େଯାଗଦେଇ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏବଂ ପରେ ଶିଶୁମାନଙ୍କ ମଧ୍ଯରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୁରୁଜୀ-ଗୁରୁମା ଏବଂ ଭାଇଭଉଣୀମାନଙ୍କ ଦ୍ବାରା ଏକ ନାଟକ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପୂର୍ବ ଏବଂ ବର୍ମାନର ସମସ୍ତ ଗୁରୁଜୀ-ଗୁରୁମାମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗରେ କୃତୀତ୍ବ ହାସଲ କରିଥିବା ଶିଶୁ ଭାଇଭଉଣୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବରିଷ୍ଠ ଆଚାର୍ଯ୍ୟ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମାମାନଙ୍କ ସହେଯାଗରେ ବିଦ୍ୟାଳୟର ରୌପ୍ୟଜୟନ୍ତୀ ଉସôବ ବହୁ ଆଡମ୍ବରରେ ଉଦ୍ଯାପିତ ହୋଇଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO