
କୋରାଇ – ପହଙ୍ଗା ପଂଚାୟତ ହାଇସ୍କୁଲର ୧୯୯୫ ବ୍ୟାଚର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ ଉସôବ ହାଇସ୍କୁଲ ପରିସରରେ ଅନୁÂିତ ହୋଇଯାଇଛି । ଏହି ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଅଧ୍ୟୟନ ସମୟରେ କଟାଇଥିବା ଘଟଣାକୁ ମନେ ପକାଥିଲେ । ପୁରାତନ ଛାତ୍ର ପ୍ରଶାନ୍ତ କୁମାର ଦାସଙ୍କ ଆହ୍ୱାନ କ୍ରମେ ଅନୁÂିତ ଏହି ବନ୍ଧୁମିଳନ ସଭା ଅଶୋକୁମାର ମଲ୍ଲିକଙ୍କ ସଂଚାଳନା କରିଥିଲେ । ଦେବେନେ୍ଦ୍ର ଦାସ ଏହି ବନ୍ଧୁମିଳନ ଦୀର୍ଘ ୨୦ବର୍ଷ ପରେ ହୋଇଥିବା କହି ବିଗତ ଦିନର ସ୍ମତିଚାରଣ କରିଥିଲେ । ସନ୍ତୋଷ କୁମାର ସାହୁ ଏହି ବନ୍ଧୁମିଳନ ଉସôବ ପ୍ରତିବର୍ଷ କରିବା ପାଇଁ ମତବ୍ୟକ୍ତ କରିଥିଲା ବେଳେ ପୁରତନ ଛାତ୍ରୀ ସୁମିତ୍ରା ପରିଡା ତାହାକୁ ସମର୍ଥନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ରାଉତ, କଲ୍ୟାଣୀ ସ୍ୱାଇଁ, ପ୍ରତିମା ସାହୁ, ଦୁଃଖିଶ୍ୟାମ ସାହୁ, ଅରୁଣ ସାହୁ, ଅନିରୁଦ୍ଧ ମିଶ୍ର, ଅଶେଷ ନାୟକ, ମନୋଜ କୁମାର ଦାସ ପ୍ରମୁଖ ନଜନିଜର ବିଗତ ଦିନର ସ୍ମୃତ ଚାରଣ କରିବା ସହ ବର୍ତମାନ ସ୍ଥିତି ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ମନୋରଞ୍ଜନ ଦାସ, ସୁଶାନ୍ତ ଦାସ, ସୁରେନ୍ଦ୍ର ମଲ୍ଲିକ, ଅଶୋକ କୁମାର ବେହେରା, ପବିତ୍ର ରାଉତ, ଲକ୍ଷ୍ମଣ ପାତ୍ର, ପ୍ରମୋଦ ମଲ୍ଲିକ, ମାନସ ଦଳାଇ, କାର୍ତିକ ରଣା, ବିନୋଦ ରାଉତ, ପ୍ରଣୟ ଘଡାଇ, ରାମ ପାତ୍ର, ବିଜୟ ବେହେରା, ସୁନାକର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗିତା କରିଥିଲା ବେଳେ ପ୍ରେମାନନ୍ଦ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।