
ସାନଖେମୁଣ୍ଡି: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପ୍ରବର୍ତ୍ତିତ ବିଜୁ କନ୍ୟାରତ୍ନ ଯୋଜନା ଅନ୍ତର୍ଗତରେ କନ୍ୟା ସନ୍ତାନକୁ ପ୍ରୋତ୍ସାହୀତ କରୁଥିବା କାର୍ଯ୍ୟକ୍ରମ ” ମୋ ଗେଲ୍ହା ଝିଅ ” ଆଜି ଜୀଉରାରେ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହୋଇଅଛି। କନ୍ୟା ସନ୍ତାନ ଜନ୍ମହାର କ୍ରମାଗତ ହ୍ରାସ ଯୋଗୁଁ ଉପୁଜୁଥିବା ସାମାଜିକ ସମସ୍ୟାକୁ ହରିଭୁତ କରିବା ତଥା ପୁତ୍ର ଓ କନ୍ୟା ସନ୍ତାନ ଜନ୍ମହାର ସାନ୍ଧ୍ରତାକୁ ନିର୍ଦ୍ଧାରିତ ସ୍ତରକୁ ଆଣିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବେ ଜିଲ୍ଲାପାଳ ମହୋଦୟ ପ୍ରଚଳନ କରିଥିବାରୁ ଏହାର ସଫଳତା ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ କରାଯାଉଅଛି। ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ବିଭାଗ ଦ୍ଵାରା କନ୍ୟା ଭ୍ରୁଣହତ୍ୟା ନିରୋଧ, କନ୍ୟା ସନ୍ତାନର ସୁରକ୍ଷା ତଥା ଭବିଷ୍ୟତ ଗଠନର ଆବଶ୍ୟକତାକୁ ଦୃଷ୍ଟି ରଖି ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ଅୟୋଜିତ “ମୋ ଗେଲ୍ହା ଝିଅ” କାର୍ଯ୍ୟକ୍ରମ ଜୀଉରା ଅଙ୍ଗନବାଡି କେନ୍ଦ୍ର ଠାରେ ଆୟୋଜିତ ହେବା ସହ ମହିଳା ସରପଞ୍ଚ ଶ୍ରୀମତୀ ଲିସାରାଣୀ ପାତ୍ର ପୌରହିତ କରିଥିଲେ। ମହିଳା ସେକ୍ଟର ସୁପରଭାଇଜର ଯାରଦା ଶତପଥୀଙ୍କ ତତ୍ୱାବଧନରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ଲାଷ୍ମୀଚରଣ ପାତ୍ର ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ ରଘୁନାଥ ସାହୁ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ଆକାଂକ୍ଷାକୁ ସାଧାରଣରେ ବ୍ୟକ୍ତ କରିଥିଲେ। ଅଙ୍ଗନବାଡି କର୍ମୀ ଗାୟତ୍ରୀ ମିଶ୍ର, ଲୀନ ପଟ୍ଟନାୟକ, ସରୋଜନୀ ସ୍ୱାଇଁ, ମାମିନି ସାହୁ, ସସ୍ମିତା ସାହୁ, ପୁଷ୍ପାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିବା ସହ ଅୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରବ୍ବାରି ଚଳିତ ସମୟରେ ଜନ୍ମଗ୍ରହଣ କରିଥିବା କନ୍ୟାସନ୍ତାନ ଓ ଜନ୍ମଦାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭାଗୀୟ ପ୍ରୋତ୍ସାହନ କରାଯାଇଥିଲା। ପରିଶେଷରେ ସ୍କୁଲ ଶିକ୍ଷାର୍ଥୀ, ଶିକ୍ଷକ ଶିକ୍ଷୟତ୍ରୀ, ତଥା ସମାହିତ କର୍ମୀ ଓ କର୍ମଚାରୀଙ୍କୁ ନେଇ କନ୍ୟାରତ୍ନ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଶ୍ରୀ ସୀମାଞ୍ଚଳ ଗୌଡ଼ ସହଯୋଗ ସହ ପରିଚାଳନାରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।