
ଭୁବନେଶ୍ୱର – ବଡଦିନ ଉପଲକ୍ଷେ ବୁଧବାର ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)ରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ବୁଧବାର ୨୯,୭୦୧ ଟିକଟ ବିକ୍ରୀ ହୋଇଛି । ଟିକେଟ୍ ବାବଦରେ ୧୪ ଲକ୍ଷ ୫୪ ହଜାର ୬୪୦ ଟଙ୍କା ଆଦାୟ ହୋଇଛି । ଅନ୍ୟପକ୍ଷରେ ଉଦ୍ଭିଦ ଉଦ୍ୟାନରେ ୪୦୦୧ ଟି ଟିକେଟ୍ ବିକ୍ରୀ ହୋଇ ୧ ଲକ୍ଷ ୭୬ ହଜାର ୫୪୦ ଟଙ୍କା ଆଦାୟ କରାଯାଇଛି ।
ଗତବର୍ଷ ତୁଳନାରେ ବଡଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିବା ବେଳେ ବଟାନିକାଲ ଗାର୍ଡେନରେ ସଂଖ୍ୟା ବୃଦ୍ଧି ପାଇଛି ।