କୋରେଇ- ନିଜର ଗୋଟିଏ ହାତ ହରାଇବା ପରେ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତମାନେ ଖୋଲମଖୁଲା ବୁଲୁଥିବା ବେଳେ କାର୍ଯ୍ୟାନୁÂାନ ନହେବା ଓ ଘରକୁ ଫେରିଲେ ଜୀବନ ପ୍ରତି ବିପଦ ଥିବାରୁ ନିଜ ସୁରକ୍ଷା ପାଇଁ ଆଜି ପାଣଇକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଗୁହାରୀ କରିଛନ୍ତି ପରିବାର । ଯାଜପୁର ଥାନା ଅନ୍ତର୍ଗତ କଲ୍ୟାଣପୁର(ତେନ୍ତୁଳିମାଳ) ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସେଠୀ । ଦୁର୍ଘଟଣାରେ ଗୋଟିଏ ହାତ ହରାଇବା ପରେ ପଲଥିନ ଘରେ ବିତୁଛି ଜୀବନ । ବାରମ୍ବାର ଜମିବାଡିକୁ ନେଇ ପଡୋଶୀଙ୍କ ଆକ୍ରମଣର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗତ ୧୮ ତାରିଖ ଦିନ ପୂ୍ର୍ଣ୍ଣ ଘର ତିଆରି କରୁଥିବା ବେଳେ ତାଙ୍କ ଗ୍ରାମର ଧନୀ ସେଠୀଙ୍କ ପୁଅ ଶୁଭ ଓ ତାଙ୍କ ପୁଅ ନନ୍ଦକିଶେଶର ହଠାତ ଆସି ଗାଳିଗୁଲଜ ଆରମ୍ଭ କରି ମିସ୍ତ୍ରୀକୁ କାମ ବନ୍ଦ କରାଇଥିଲେ । ପୂର୍ଣ୍ଣ ଏହାର କାରଣ ପଚାରିବାରୁ ମାରଣାସ୍ତ୍ରରେ ତାକୁ ଜୀବନରୁ ମାରିଦେବାକୁ ଉସଦ୍ୟମ କରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ବୈଦେଇ ପହଂଚିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ଝିଅ ସେଠାରେ ପହଂଚିବାରୁ ତାକୁ ମଧ୍ୟ ଛାଡିନଥିଲେ । ପରିବାରର ତିନିଜଣ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଯାଜପୁର ମୁଖ୍ୟ ଚିକିସôାଳୟରେ ଭର୍ତି ହୋଇଥିଲେ । ପରେ ଝିଆର ଅବସ୍ତା ସଂଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ଆଜି କଟକରୁ ଫେରିବା ପରେ ନିଜ ଜୀବନର ସୁରକ୍ଷା ପାଇଁ ଏସପିଙ୍କୁ ଭେଟି ନିଜ ଗୁହାରୀ ଜଣାଇଛନ୍ତି । ଯାଜପୁର ପୁଲିସ କେବଳ ଏକ ମାମଲା୨୦୪/୧୯ ରୁଜ୍ଜୁ କରି ହାତବାନ୍ଧି ବସିଛି । ତ୍ୱରିତ୍ୱ କାର୍ଯ୍ରାନୁÂାନ ପାଇଁ ଏସପି ଯାଜପୁର ଥାଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
Related Stories
November 3, 2024