
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ଖଡିଆଳ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଅନ୍ତଃରାଜ୍ୟ କେସିଏସଏ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉସôବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଟୁର୍ଣ୍ଣାମେଂଟର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କଲେଜ ଅଧ୍ୟକ୍ଷ ଡଃ. ଫଣିନ୍ଦମ ସିଂଦେଓ ଯୋଗଦାନ କରିଥିବା ବେଳେ ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ବିଶ୍ୱଜିତ ପାଢୀ, ବିକ୍ରମ କେଶରୀ ପଟ୍ଟନାୟକ, ଗିରିଧାରୀ ବିଭାର, ମନୋଜ ଦୀପ ଏବଂ କୋଷାଧ୍ୟକ୍ଷ ଜିତେନ୍ଦ୍ର ନାୟକ ପ୍ରମୁଖ ନେତୃତ୍ୱ ନେଉଛନ୍ତି । ପ୍ରଥମ ରାଉଣ୍ଡ କ୍ରିକେଟ ମ୍ୟାଚ ନାଗପୁର ଏବଂ ଭୁବନେଶ୍ୱର ଦଳ ମଧ୍ୟରେ ଖେଳ ଅନୁÂିତ ହୋଇଥିଲା । ନାଗପୁର ସେଂଟ୍ରାଲ ରେଳୱେ ଦଳ ଟସ ଜିଣି ବ୍ୟାଟିଂ କରି ୧୫ ଓଭରରେ ୭ ୱିକେଟ ହରାଇ ୧୨୦ ରନ ସଂଗ୍ରହ କରିଥିଲା । ବିପକ୍ଷ ଦଳ ଭୁବନେଶ୍ୱର ପୁରୁଣା ଟାଉନ ଦଳ ୧୪.୨ ଓଭରରେ ୧୨୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ରାଉଣ୍ଡ ଖେଳ ମଧ୍ୟପ୍ରଦେଶର ରିବା ଏବଂ ବ୍ଲୁ ଡାଇମଣ୍ଡ ବରଗଡ ଦଳ ମଧ୍ୟରେ ଖେଳ ଅନୁÂିତ ହୋଇôବା ବେଳେ ରିବା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮୬ ରନ ସଂଗ୍ରହ କରିଥିବା ବେଳେ ବ୍ଲୁ ଡାଇମଣ୍ଡ ବରଗଡ ୭.୪ ଓଭରରେ ୮୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଏମ୍ପାୟାର ଭାବରେ ପ୍ରତାପ ପାତ୍ର ଏବଂ ମହେଶ ମୁନସୀ ରହିଥିବା ବେଳେ ସ୍କୋରର ଭାବରେ ସରୋଜ ପଣ୍ଡା, ତାପସ ପତି, ଧାରା ବିବରଣୀ ଆଶିଷ ତ୍ରିବେଦୀ ପ୍ରଦାନ କରିଥିଲେ । ଏଥିରେ ଗୁଡୁ ପାଣିଗ୍ରାହୀ, ବିନୋଦ ଦୁରୀଆ, କପିଲ ଦୁରୀଆ, ଶିବ ସିଙ୍ଗଲ, ଅମିତାଭ ପଟେଲ, ସାନ ଜଗତ, ବଡ ଜଗତ ସମେତ କେସିଏସଏ କ୍ରିକେଟ ଟୁର୍ଣ୍ଣାମେଂଟର ଶତାଧିକ କର୍ମକର୍ତା ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO