କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ନଗର କଂଗ୍ରେସ (ଖ) ପକ୍ଷରୁ ସଭାପତି ଅମରେନ୍ଦ୍ର ପାଇକରାୟ ଙ୍କ ନେତୃତ୍ୱ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜେଡ଼ି / ବିଜେପି ର ପ୍ରତିଶ୍ରୁତି ଓ ପ୍ରତାରଣା, କୃଷି ଓ କୃଷକ ଙ୍କ ସମସ୍ୟା , ବେକାର ଯୁବକ ଓ ଯୁବତୀଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟୟ ସ୍ଵାସ୍ଥ୍ୟ ବ୍ୟବସ୍ଥା , ବସ୍ତି ବାସିନ୍ଦା ଓ ଗରିବ ବାସହୀନ ଙ୍କ ସମସ୍ୟା, ବିଜେଡ଼ି ସରକାର ରେ ୨୩ବର୍ଷ ମହାଦୁର୍ନୀତି ର ଚିଠା, ଓ କଂଗ୍ରେସ ଶାସନ ସମୟର ଓଡିଶା ପ୍ରତୀ ଅବଦାନ କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଅଛି ।ଏହି ପଦଯାତ୍ରା ରେ କଂଗ୍ରେସ ନେତା ଓ କର୍ମୀ ମାନେ ଘର ଘର ବୁଲି ବିଜେଡ଼ି ଓ ବିଜେପି ମିଳିତ ସରକାର ର ନିର୍ବାଚନ ଇସ୍ତାହାର କିଭଳି ପ୍ରତାରଣା ରେ ପରିଣତ ହେଲା ଯାହା ଫଳରେ ଅହେତୁକ ଦରଦାମ ବୃଦ୍ଧି ସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଆଦି ସମସ୍ତ ବିଷୟ ଘର ଘର ବୁଲି କଂଗ୍ରେସ ଦଳର ଏକ ଲିଫ୍ଟଲେଟ ମାଧ୍ୟମରେ ପ୍ରଚାର କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଜୟୀ ନାରାୟଣ ପଟ୍ଟନାୟକ, ଏଆଇସିସି ପୁର୍ବତନ ସଭ୍ୟ ସୁଜିତ୍ ମହାପାତ୍ର, ବିନାୟକ ଦାସ ମହାପାତ୍ର, ବିଦ୍ୟୁତ୍ ଲତା ଆଚାର୍ଯ୍ୟ, ପିସିସି ସମ୍ପାଦକ ବିଶ୍ୱନାଥ ଦାସ, ପୁର୍ବତନ ପୌର ସଦସ୍ୟ ସୀତାକାନ୍ତ ମହାନ୍ତି, ଜିଲ୍ଲା ଉପ ସଭାପତି ନିରଞ୍ଜନ ରଥ,ଜିଲ୍ଲା ସାଧାରଣ ସମ୍ପାଦକ, ପ୍ରେମଜିତ୍ ମହାନ୍ତି, ନୂତନ ଦାସ ମହାପାତ୍ର,ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ବିଶ୍ବରଂଜନ ମହାପାତ୍ର, ଚେତନ ମିଶ୍ର, ଶ୍ରୀବତ୍ସ ରଥ,ଆଦର୍ଶ ମିଶ୍ର, ଆଲୋକ ସାହୁ, ନିରଞ୍ଜନ ନାୟକ,ସସ୍ମିତା ସ୍ୱାଇ ଜିଲ୍ଲା ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା ଯୋଗ ଦେଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ସୁକାନ୍ତ ପ୍ରଧାନ ସଂଯୋଜନା କରିଥିଲେ।
Related Stories
October 9, 2024
October 9, 2024