ଭୁବନେଶ୍ୱର, ସିଏଜି ରିପୋର୍ଟକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯଦି ସିଏଜି ରିପୋର୍ଟରେ ଆବାସ ଦୁର୍ନୀତି ପ୍ରସଙ୍ଗ ଆସିଛି ତେବେ ତାର ଆଲୋଚନା ହେବା ପାଇଁ ଫୋରମ ଅଛି । ପିଏସି କମିଟିରେ ସେ ବିଷୟରେ ଆଲୋଚନା ହୋଇପାରିବ । ଏବଂ ସିଏଜି ରିପୋର୍ଟକୁ ନେଇ ସମ୍ପୃକ୍ତ ବିଭାଗ ବି ତର୍ଜମା କରିବ । ପିଏସି କମିଟି ସେହି ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ପାଇଁ ସୁପାରିଶ ବି କରି ପାରିବେ ।
ଦେବୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ଦାବି ମୁତାବକ କେନ୍ଦ୍ର ଘର ଦେଇନାହିଁ । ୧୫ ରୁ ୨୦ ଲକ୍ଷ ଘର ପାଇଁ ରାଜ୍ୟ ଦାବି କରିଥିଲେ । ରାଜ୍ୟରେ 15ଲକ୍ଷ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ନେଇ ରାଜ୍ୟ କେନ୍ଦ୍ରକୁ ଅବଗତ କରାଇଥିଲା । ସିଏଜି ରିପୋର୍ଟରେ ବଞ୍ଚିତଙ୍କ କଥା ଦର୍ଶାଇଥାଇପାରେ । କେନ୍ଦ୍ର ସରକାର ଚୟନ ସର୍ତ୍ତାବଳୀ ପ୍ରକ୍ରିୟା ପରିବର୍ତ୍ତନ କରୁଥିବାରୁ ଅନେକ ହିତାଧିକାରୀ ବାଦ ପଡିଥିବା ଦେବୀ ମିଶ୍ର କହିଛନ୍ତି ।