– ତ୍ୟାଗଭୂମି ଭଦ୍ରକ େଯ କେବଳ ପରାଧୀନତାର ଭାରତ ବର୍ଷରେ ପ୍ରାଣବଳି ଦେଇଥିବା ବହୁ ସ୍ବାଧୀନତା ସଂଗ୍ରାମୀକୁ ଜନ୍ମ ଦେଇଛି, ତାହା ନୁହେଁ, ଏହି ମାଟି ଅନେକ ସାହିତ୍ୟ, ସଂସ୍କୃତି ସଂପନ୍ନ ବ୍ୟକ୍ତି ବିଶେଷଙ୍କୁ କୋଳରେ ଧରି ଧନ୍ୟ ହୋଇଛି। ସେହିଭଳି େଯାଗଜନ୍ମାଙ୍କ ମଧ୍ଯରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ଅନ୍ୟତମ। ଅଦ୍ୟାବଧି ତାଙ୍କ ଦ୍ବାରା ରଚିତ ପ୍ରାୟ ୧୮ ଶହ ପୁସ୍ତକ ଓଡ଼ିଶା ସାରସ୍ବତ ସାହିତ୍ୟ ଭଣ୍ଡାରକୁ େଯଭଳି ରୁଦ୍ଧିମନ୍ତ କରିଛି, ସେହିଭଳି ତାଙ୍କୁ ଯଶ୍ବସୀ କରାଇଛି ମଧ୍ଯ। ତାଙ୍କର ଏହି କଲମ ଚାଳନା ନିଶ୍ଚିତ ଭାବେ ତାଙ୍କୁ ଖୁବ୍ଶୀଘ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଆଣିଦେବ ବୋଲି ଆଜି ଭଦ୍ରକର କୁଆଁସସ୍ଥିତ ସାଧନାପୀଠରେ ପଣ୍ଡିତ ମହାପାତ୍ରଙ୍କ ରଚିତ ଦୁଇଟି ପୁସ୍ତକ ‘ବହ୍ନିକନ୍ୟା ସୁଷମା ସ୍ବରାଜ’ ଓ ‘ସାରସ୍ବତ ଓଡ଼ିଆ ବ୍ୟାକରଣ’ ର ଲୋକାର୍ପଣ କରି କହିଛନ୍ତି ବିଧାୟକ ତଥା ବିଜେପି ବିରୋଧୀ ଦଳ ରାଜ୍ୟ ଉପନେତା ବିଷ୍ଣୁଚରଣ ସେଠୀ। ଆଜି ପୂର୍ବାହ୍ନ ୧୦ ଘଟିକାରେ ଆୟୋଜିତ ଏହି ଲୋକାର୍ପଣ ଉସôବରେ ଶ୍ରୀ ସେଠୀ ମୁଖ୍ୟ ଅତିଥି ଭାବେ େଯାଗଦେଇ ଦୁଇଟି ପୁସ୍ତକର ଲୋକାର୍ପଣ କରିବା ସହ ଆଗାମୀ ୨୦୨୦ ମସିହାରେ ପଣ୍ଡିତ ମହାପାତ୍ରଙ୍କ ସମସ୍ତ ୧୮ ଶହ ପୁସ୍ତକର ଏକ ପ୍ରଦର୍ଶନୀର ଆୟୋଜନ କରି ମହାମହିମ ରାଜ୍ୟପାଳଙ୍କୁ ଆମନ୍ରଣ କରିବାର ଘୋଷଣା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଇଂ ଅଭୟ ସୂତାରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉସôବରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସମାଜସେବୀ କଳ୍ପନା ବିଶ୍ବାଳ (ଜେନା), ଶିକ୍ଷାବିତ୍ ରଶ୍ମିତା ଦାଶ, ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, ଶିକ୍ଷୟିତ୍ରୀ ବିଜୟୀଲକ୍ଷ୍ମୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ େଯାଗଦେଇଥିଲେ। ଏହି ଉସôବ ପ୍ରାରମ୍ଭରେ ବିଶିଷ୍ଟ କବି ଚକ୍ରଧର ରାଉତଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାମ୍ବାଦିକ ଏସ୍. ସତ୍ୟଭୂଷଣ ସ୍ବାମୀ, ସୁବୋଧ ଜେନା, ଅଜୟ ନାୟକ, ସନ୍ତୋଷ ଦାଶ, ସେକ୍ ଆକ୍ରମ ଅଲ୍ଲୀ, ଅର୍ପିତ ଶିବଚନ୍ଦନ, ପ୍ରଫୁଲ୍ଲ ପାଢୀ, ଗୋବିନ୍ଦ ରାଉତ, ଅମ୍ବିକା ଦାସ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉସôବ ଶେଷରେ ସୁମିତ୍ରା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
December 22, 2024