ଭୁବନେଶ୍ଵର, ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଂଚଳରେ ବର୍ଷା ଲାଗି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ଗତ ୨୪ ଘଂଟା ମଧ୍ୟରେ ବାଲେଶ୍ଵର ଜିଲ୍ଲାର ସୋରୋରେ ସର୍ବାଧିକ ୧୧୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ଘସିପୁରାରେ ୯୫.୧ , ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୯୫.୦, ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୮୨.୬, ନୟାଗଡ଼ ଜିଲ୍ଲାର ରଣପୁରରେ ୮୦.୨, ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୦.୦, ଯାଜପୁର ଜିଲ୍ଲାର ବରୀରେ ୭୩.୬, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୭୨.୦, ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୭୧.୦ ମି.ମି. ବାଲେଶ୍ଵର ଜିଲ୍ଲାର ଏନ.ଏଚ.-୫, ଗୋବିନ୍ଦପୁରରେ ୭୦.୮, ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୬୮.୦, କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୬୭.୦ ଏବଂ ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ୫୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।