କନ୍ଧମାଳ- ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ସର୍ବବୃହତ ପର୍ବ ଖ୍ରୀଷ୍ଟମାସ ତଥା ବଡଦିନ ପର୍ବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ଗୁଡିକ ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଛି । ସମସ୍ତେ ଆନନ୍ଦ ଉଲ୍ଲାସର ସହ ପ୍ରଭୁ ଯୀଶୁଙ୍କ ଧରାପୃÂକୁ ଧରାବତରଣ ସମୟକୁ ଅପେକ୍ଷା କରିଛନ୍ତି । ମଧ୍ୟରାତ୍ରିରେ ପ୍ରଭୁ ଯୀଶୁ ଧରାବତରଣ କରିବେ । ଏଥିପାଇଁ ସଂଧ୍ୟାରେ ପ୍ରାର୍ଥନା, କାରୋଲ ସଙ୍ଗୀତ, ବାଇବେଲ ପାଠ ଓ ନାଚଗୀତର ଆୟୋଜନ କରାଯାଇଛି । ପ୍ରଭୁ ଯୀଶୁଙ୍କ ପାଇଁ ଗୁହାଳ ଘର ମଧ୍ୟ ନିର୍ମାଣ କରାଯାଇଛି । ସମସ୍ତେ ଅପେକ୍ଷା କରିଛନ୍ତି ସେହି ଶୁଭ ମୁହୁର୍ତକୁ । ସହରରେ ଥିବା ବାପଟିଷ୍ଟ ଓ କାଥଲିକ୍ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ବଡଦିନକୁ ସ୍ୱାଗତ କରିବା ନିମନ୍ତେ ଆଉ ପରିବାର ମଧ୍ୟରେ ବଡଦିନ ପର୍ବ କଟାଇବା ଲାଗି ଦୂର ଦୂରାନ୍ତରେ ରହୁଥିବା ପରିବାର ଲୋକମାନେ ଘରକୁ ଫେରିଛନ୍ତି । ଖ୍ରୀଷ୍ଟମାସରେ ସାନ୍ତାକ୍ଲସ ଓ ଖ୍ରୀଷ୍ଟମାସ ଟ୍ରିର ଆକର୍ଷଣ ରହିଛି । ପ୍ରଭୁ ଯୀଶୁଙ୍କ ଆଗମନ ସମାଜରେ ଶାନ୍ତି ଓ ମୋ÷ତ୍ରୀର ବାର୍ତା ପ୍ରଦାନ କରିଥାଏ । ପ୍ରଭୁ ଯୀଶୁ ଜଗତର ତ୍ରାଣକର୍ତା ଅଟନ୍ତି ବୋଲି କହିଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ସୂର୍ଯ୍ୟ ବେହେରା ଓ ଇମାନୁଏଲ ରଥ । ବଡଦିନ ପର୍ବ ଯେପରି ଶାନ୍ତି ଶୃଙ୍ଖଳାର ସହ ପାଳିତ ହେବ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ଚର୍ଚ୍ଚ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାସହ ପେଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି । ସହରର ବିଭିନ୍ନ ପ୍ରବେଶପଥ ଗୁଡିକରେ ପୋଲିସ ଯାନ ବାହାନ ଆଜି ମଧ୍ୟ ଚେକିଂ କରୁଛି । ଫୁଲବାଣୀ ସମେତ ଜିଲ୍ଲାର ଦାରିଙ୍ଗବାଡି, ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, ରାଇକିଆ, ଜି.ଉଦୟଗିରି, କ.ନୂଆଗାଁ , ଫିରିଙ୍ଗିଆ ଆଦି ଅଂଚଳରେ ଥିବା ଶତାଧିକ ଚର୍ଚ୍ଚ ଏବେ ଉତ୍ସବମୁଖର । ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ବଡଦିନ ପର୍ବ ।