
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଆଜି ବିଜେପି ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଗତକାଲି ବିଧାନସଭା ଗୃହରେ ବାଚସ୍ପତିଙ୍କ ପୋଡ଼ିଅମ୍ ଉପରକୁ ଡାଲି ଫିଙ୍ଗିଥିବା ଅଭିଯୋଗରେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯିବା ଘଟଣାକୁ ନେଇ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ଦଳ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।
ଏହି ଜାତୀୟ ରାଜପଥ ଅବରୋଧ କାର୍ଯକ୍ରମରେ ମୁଖ୍ୟ ଜ୍ୟୋତିର୍ମୟ ରାଉତ, ଦେବିଲାଲ୍ ମିଶ୍ର, ସୁନୀଲ ଦାସ, ଭୂତନାଥ ନାଏକ, ଗୌରାଙ୍ଗ ନାଏକ, ସୁରେଶ ମହାଲିଙ୍ଗ, ସରୋଜ ସାହୁ, ବାହାଦୁର ନନ୍ଦ, ଲେକୃ ତ୍ରିପାଠୀ, ଜମିଦାର ପାତ୍ର, ଲଳିତ ପଧାନ, ରାଜୁ ସାହୁ, ପିତାମ୍ବର କଣ୍ଟା, ଖଗେଶ୍ଵର ନାଗ, ଉମେଶ ପଟେଲ, ସୁଦିପ ସା, ଅମରଜିତ ପଟେଲଙ୍କ ସହ ବିଜେପି କର୍ମୀ ଉପସ୍ଥିତ ଥିଲେ। ତା ସଙ୍ଗେ ସଙ୍ଗେ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ କରାଯାଇଛି କହି ସେମାନେ ବିଭିନ୍ନ ସ୍ଲୋଗାନ ଦେବାସହ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି। ଏହି ଆନ୍ଦୋଳନରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇଥିବା ଦେଖିବାକୁ ମିଳିଛି।