କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଅକ୍ଟୋବର 2 ତାରିଖ ଦିନ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତେ ବ୍ରହ୍ମଗିରି ବ୍ଲକ ନିଆଜପୁର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଦାସବର୍ମା କହିଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକଟି ଜୋନ୍ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏହା ପରେ ଅପରାହ୍ନରେ ୩୦ ନଂ ଜୋନ୍ ର ଖଜୁରିଆ ହୁବାସାହି ଠାରେ ଜନସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଦାସବର୍ମା କହିଛନ୍ତି ଆସନ୍ତା ଅକ୍ଟୋବର 2 ତାରିଖ ଦିନ 10 ଘଟିକା ରେ ବ୍ରହ୍ମଗିରି ବ୍ଲକ 28 ନଂ ଜୋନ୍ ଚାପମାଣିକ ପଞ୍ଚାୟତ ବାବା ଭୀମେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣ ଠାରୁ ଆରମ୍ଭ ହୋଇ ନିଆଜପୁର ପଞ୍ଚାୟତ ମା’ ବସନ୍ତାଇଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଏକ ସଭା ଅନୁଷ୍ଠିତ ହେବ। ଏହା ପରେ ସେହିପରି 30 ନଂ ର ଜୋନ୍ ର ଆସନ୍ତା ଅକ୍ଟୋବର 15/10/23 ତାରିଖ ଅପରାହ୍ନ 3 ସମୟରେ ରାୟବିଧାର ପଞ୍ଚାୟତ ଖଜୁରିଆ ଛକ ଠାରୁ ଆରମ୍ଭ ହୋଇ ଡ଼ିମିରିଶେଣା ପଞ୍ଚାୟତ ବାବା ବାଲୁଙ୍କେଶ୍ୱର ମନ୍ଦିର ଠାରେ ପହଞ୍ଚି ଏକ ସଭା ଅନୁଷ୍ଠିତ ହେବ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କର ମୂଳଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ, ନବନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମି ଓ ବରିଷ୍ଟ ନେତୃବୃନ୍ଦ ଏବଂ ଜନସାଧାରଣ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାକୁ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ ନିବେଦନ କରିଛନ୍ତି। ଏହି ବୈଠକରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ, ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା,ବାବାଜୀ ସାମନ୍ତରାୟ, ପୂର୍ଣ୍ଣ ଜେନା, ବାଳକୃଷ୍ଣ ପେଣ୍ଠୋଇ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁଙ୍କ ସମେତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Related Stories
October 10, 2024