ବଲାଙ୍ଗିର ଆଜି ସାରା ବିଶ୍ୱରେ ମୁସଲମାନ ଭାଇ ଭଉଣୀ ମାନେ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଇଦ ମିଳାଦୁନ ନବୀ ପାଳନ କ୍ୱରୁଛ୍ୱନ୍ତି। ଏଥିରେ ବଲାଂଗୀରରେ ମଧ୍ୟ ଅତି ହସ ଉଲ୍ଲାସରେ ଇଦ ମିଳାଦୁନ ନବୀ ମୁସଲମାନ ଭାଇ ଭଉଣୀ ମାନେ ପାଳନ କରୁଛନ୍ତି। ଯେଉଁଥିରେ ସହରରେ ଶାନ୍ତି ସଦ୍ଭାବନା ଶୋଭାଯାତ୍ରା ସହ ବିଶ୍ୱ ରେ ଶାନ୍ତି ପ୍ରତିଶ ପାଇଁ ପ୍ରାଥନା କରିଛନ୍ତି।ବଲାଂଗୀରରେ ଆଜି ଅତି ହସ ଉଲ୍ଲାସରେ ମୁସଲାମାନ ଭାଇ ଭଉଣୀ ମାନେ ଧର୍ମଗୁରୁ ମହମ୍ମଦଙ୍କ ଜନ୍ମଦିନ ଇଦ ମିଳାଦୁନ ନବୀ ପାଳନ କରୁଛନ୍ତି। ତେବେ ଆଜି ସହରର ସବୁ ମୁସଲମାନ ଭାଇ ମାନେ ସହରରେ ଏକ ଶାନ୍ତି ଓ ସଦ୍ଭାବନା ଶୋଭାଯାତ୍ରା କରିଥିଲେ। ଯେଉଁଥିରେ ବଲାଂଗୀର ସ୍ଥାନୀୟ ସୁନ୍ନି ସଦର ମସଜିଦରୁ ଶତାଧିକ ମୁସଲମାନ ଭାଇ ମାନେ ଏହି ସଦ୍ଭାବନା ରେଲି ଆରମ୍ଭ କରି ସହର ବୁଲିଥିଲେ। ସେହିପରି ମସଜିଦରେ ଏମାନେ ବିଶ୍ୱ ଶାନ୍ତି ପାଇଁ ପ୍ରାଥନା ମଧ୍ୟ କରିଥଲେ । ଏହାଛଡା ପାଠ ପଢା ସହିତ ପବିତ୍ର ଗ୍ରନ୍ଥ କୋରାନ ଉପରେ ହୋଇଥିବା କ୍ୟୁଜ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା। ସେହପରି ଆଜି ମୁସଲମାନ ମାନଙ୍କର ସାମୁହିକ ଲଂଗର କାର୍ଯ୍ୟକ୍ରମ ମଧ୍ୟ ମସଜିଦରେ ଅନୁଷ୍ଠିତ ହୋଇଛି। ସେହିପରି ଘରେ ଘରେ ମଧ୍ୟ ସବୁ ମୁସଲମାନ ଭାଇ ମାନେ ଅତି ହସ ଉଲ୍ଲାସରେ ମହମ୍ମଦ ଜୟନ୍ତୀ ପାଳନ କରିଛନ୍ତି।
ସେପଟେ ସୁନ୍ନି ସଦର ମସଜିଦ ମୋଲନା ମହମ୍ମଦ ମୋସୀଦ ରାଜା କହିଛନ୍ତି ଯେ ଆଜି ସାରା ବିଶ୍ୱ ଧର୍ମଗୁରୁ ମହମ୍ମଦ ଜୟନ୍ତୀ ପାଳନ କରୁଛି। ସେହିପରି ଏଠି ମଧ୍ୟ ସବୁ ମୁସଲମାନ ଭାଇ ଭଉଣୀ ଅତି ଶ୍ରଦ୍ଧା ଓ ଆନନ୍ଦରେ ଏହି ଜୟନ୍ତୀ ଇଦ ମିଳାଦୁନ ନବୀ ପାଳନ କରୁଛନ୍ତି। ତେବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମହମ୍ମଦ ଦେଇଥିବା ନୀତି ଆଦର୍ଶ କୁ ସେମାନେ ପାଳନ କରିବା ପାଇଁ ସମସ୍ତଙ୍କୁ ସେ ଅପିଲ କରିଛନ୍ତି। ତେବେ ଆଜି ଏହି ଅବସରରେ ସଦ୍ଭାବନା ଯାତ୍ରା କରା ଯାଇଥିଲା। ଏବଂ ଶାନ୍ତି ମୈତ୍ରୀର ବାର୍ତ୍ତା ଦିଆ ଯାଇଥିଲା ବୋଲ ସେ କହିଛନ୍ତି। ସେହିପରି ସାରା ବିଶ୍ୱରେ ଧର୍ମ ଜାତି ଉର୍ଧ୍ୱରୁ ରହି ଶାନ୍ତି ପ୍ରତିଷ୍ଠା ଓ ସମସ୍ତଙ୍କ ମଧ୍ୟରେ ସ୍ନେହ ସ୍ଥାପିତ ହେଉ ବୋଲି ସେ କହିଛନ୍ତି।