ମଙ୍ଗଳବାର ଅନୁÂିତ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ ଯେ ସଂଗଠନକୁ ସରକାରଙ୍କ ଠାରୁ ଦାବି ହାସଲ କରିବା ପାଇଁ ଜନଶକ୍ତିର ଯେତିକି ଆବଶ୍ୟକତା ଅଛି ସମପରିମାଣରେ ପାଣ୍ଠିର ଆବଶ୍ୟକତା ଅଛି । ଏଣୁ ସର୍ବନିମ୍ନ ଗୋଟିଏ ମାସ ସମସ୍ତ ଛାମୁଆ କର୍ମୀ, ବ୍ଲକ ସଂଯୋଜକ ଓ ଜିଲ୍ଲା ସଂଯୋଜକ ପ୍ରତ୍ୟହ ପ୍ରତି ଗ୍ରାମରୁ ପାଣ୍ଠି ସଂଗ୍ରହ କରି ମେ ମାସ ଆନେ୍ଦାଳନ ପାଇଁ ୨ କୋଟି ଟଙ୍କା ରାଜ୍ୟ କମିଟି ପାଖରେ ଠୁଳ କରିବାକୁ ପ୍ରସ୍ତାବ ରଖିଥିଲେ । ପ୍ରତିଦିନ ୧୦୦ ବ୍ଲକରେ ୧୦୦ଜଣ କର୍ମକର୍ତା ଏହି କାମ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ ।
ଅନ୍ୟତମ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରସ୍ତାବ ଆଗତ କରି କହିଥିଲେ ଯେ, ସରକାର ଧାନ ସଂଗ୍ରହ କରିବାରେ କଟକଣା ନକରି ସମସ୍ତ ବଳକା ଧାନକୁ ସଂଗ୍ରହ କରିବା ପାଇଁ ଦାବି ଉଠାଇଥିଲେ । ନିମାଇଁ ରାୟ ପ୍ରସ୍ତାବ ଆଗତ କରି କହିଥିଲେ ଯେ, ନବୀନ ପଟ୍ଟନାୟକ ରାଜ୍ୟର ୭୦ଭାଗ ଚାଷୀଙ୍କୁ ନିର୍ବାଚନରେ କାଳିଆ ଯୋଜନା ଦେବାକୁ କହି ଗଣଠକେଇ କରିଥିବାରୁ ତାଙ୍କ ବିରୁଦ୍ଧରେ ୪୧୫, ୪୨୦, ୪୦୬, ୪୦୯ ଦଫାରେ ସବୁ ଆରକ୍ଷୀ ଅଧିକ୍ଷକଙ୍କୁ ଏତଲା ଦେବା ପରେ କୌଣସି କାର୍ଯ୍ୟାନୁÂାନ ହୋଇନଥିବାରୁ ନବୀନଙ୍କ ବିରୁଦ୍ଧରେ ମକଦ୍ଧମା ଦିଆଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ।
ଉଦ୍ୟାପନୀ ପର୍ବରେ ସମସ୍ତଙ୍କୁ ଆହ୍ୱାନ ଜଣାଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ମେ ମାସ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ଆନେ୍ଦାଳନ ହେବ । ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ ମଥ୍ୟା ଘୋଷଣା କରି ପରବର୍ତୀ ସମୟରେ ଚାଷୀଙ୍କୁ ଦେଖା ଦେଉଥିବା ନବୀନ ସରକାରଙ୍କ ଧୋକାଦାରୀକୁ ଆଉ ବରଦାସ୍ତ କରାଯିବ ନାହିଁ । ଆଗାମୀ ଦିନ ଲଢେଇରେ ଅତି କମ୍ରେ ୫ ଲକ୍ଷ ଚାଷୀ ଅହିଂସାତ୍ମକ ଆନେ୍ଦାଳନରେ ଯୋଗ ଦେବେ ।