
-
“ଅଙ୍ଗଦାନ, ମହାଦାନ “ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୂରୀ,ଓଡିଶା ର ଅନ୍ୟତମ ପୁରାତନ ଫାର୍ମାସି ଶିକ୍ଷାନୁଷ୍ଠାନ ଆଇ.ଏମ. ଟି ଫାର୍ମାସି କଲେଜ, ପୂରୀ ର ଫାର୍ମାସି ବିଭାଗ ତରଫରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୩ ବିବିଧ କାଯ୍ୟକ୍ରମ ମାଧ୍ୟମ ରେ ପାଳିତ ହୋଇଯାଇଛି |
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ଏବଂ କର୍ତବ୍ୟରତ ଫାର୍ମାସିଷ୍ଟ ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଥାଏ | ଚଳିତ ବର୍ଷ “ଅଙ୍ଗଦାନ ମହାଦାନ “ବାର୍ତ୍ତା କୁ ନେଇ ଏହି ଦିବସ ଟି ପାଳିତ ହୋଇଛି | ଆଇ.ଏମ .ଟି ଫାର୍ମାସି କଲେଜ ଗୋପାଳପୁର କ୍ୟାମ୍ପସରୁ ବହୁ ସଂଖ୍ୟାରେ ଡ଼ି.ଫାର୍ମ ଓ ଵି.ଫାର୍ମା ବିଭାଗ ର ଛାତ୍ର, ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ପ୍ରଚାର ପତ୍ର, ବ୍ୟାନ୍ନର ଓ ପ୍ଲାକାର୍ଡ଼ ଧରି ବ୍ଲେସଡ଼ ସାକ୍ରମେଣ୍ଟ ହାଇସ୍କୁଲ ଓ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ପହଂଚି ଥିଲେ| ସେଠାରେ ଉପସ୍ଥିତ ଥିବା ଅଭିଭାବକ, ଛାତ୍ର ଛାତ୍ରୀ ମାନଙ୍କୁ ଅଙ୍ଗଦାନ ର ମହତ୍ୱ ବିଷୟରେ ବୁଝାଇ ପ୍ରଚାର ପତ୍ର ବାଣ୍ଟି ଥିଲେ |ସମସ୍ତଙ୍କୁ ଏକ ଦସ୍ତଖତ ଅଭିଯାନ ରେ ସାମିଲ ହୋଇ ଏହି ମହତ କାର୍ଯ୍ୟକୁ ସମର୍ଥନ କରିବାପାଇଁ ଅନୁରୋଧ କରିଥିଲେ |ଜନସାଧାରଣ ଅତି ଆଗ୍ରହର ସହିତ ଏ ବିଷୟରେ ବୁଝି ଅଙ୍ଗଦନାର ଆବେଦନ ପତ୍ର ଗ୍ରହଣ କରିଥିଲେ |
ଏହି କାର୍ଯ୍ୟକ୍ରମ ରେ କଲେଜ ର ପ୍ରଶାସନିକ ନିର୍ଦେଶକ ମନୋଜ ରଥ, ଅଧ୍ୟକ୍ଷ ଡ଼. ଅଗ୍ନି ମିତ୍ର ଦିଣ୍ଡା, ଉପାଧ୍ୟକ୍ଷ ଦେବାଶିଷ ମିଶ୍ର, ଅଧ୍ୟାପକ ସମୀର ପାତ୍ର, ଅଳକା ପ୍ରିୟଦର୍ଶିନୀ କର, ଜଗନ୍ନାଥ ମିଶ୍ର, ଆଲୋକ କୁମାର ବେହେରା, ଦେବଦତ୍ତ ସାହୂ, ଜ୍ୟୋତିର୍ମୟୀ ଦାଶ, ପ୍ରାଚୀ ପ୍ରଭା ନାୟକ, ସ୍ମୃତିକ କୁମାର ଦାଶ, ନିରଞ୍ଜନ ମଲ୍ଲ, ପ୍ରସାଦ ମହାପାତ୍ର ଓ ସାହାଯ୍ୟ କର୍ତା ନିରଞ୍ଜନ ନାୟକ , ଆଦିତ୍ୟ ପ୍ରଧାନ , ରବି ସାହୁ ,ବିଜୟ ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |