କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସଦର ଯୋଡାଲିଙ୍ଗ ଠାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଘଂର୍ଷ ସମିତି ର ଆବାହକ ପୁର୍ବତନ ବିଧାୟକ ଉମାବଲ୍ଲଭ ରଥ ଙ୍କ ନେତ୍ରୁତ୍ୱ ରେ ଏକ ବନ୍ଧୁ ମିଳନ ର ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ସଦର ଅଞ୍ଚଳର ହଜାର ହଜାର ଏକର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାଷ ଜମି ବିଶ୍ୱ ବିଦ୍ୟାଳୟ କରିବା ବାହାନା ଦେଖାଇ ଚଞ୍ଚକତା କରି ପୁରୀ ବାସୀଙ୍କ ଭୁଆଁ ବୁଲେଇ ଓଡିଶା ସରକାର କମ୍ପାନୀ ହାତରେ ଟେକିଦେଇଥିଲେ | ଏହି ଜନବିରୋଧୀ କାମକୁ ବିରୋଧ କରି ପୁର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ କିଛି ଚାଷୀ ଅଦାଲତ ର ଆଶ୍ରୟ ନେଇଥିଲେ । ଦୀର୍ଘବର୍ଷ ର ନ୍ୟାୟିକ ଲଢେଇ ପରେ ସତ୍ୟ ର ଜୟ ହୋଇଥିଲା ଏବଂ ପୁରୀ ସଦର ଓ ଜଗନ୍ନାଥ ଧାମ କମ୍ପାନୀ କବଳରୁ ମୁକ୍ତ ହେଲା । ସୁପ୍ରିମ୍ କୋର୍ଟ ଓଡିଶା ସରକାରଙ୍କୁ ଭର୍ତ୍ସନା କରିବା ସହିତ ଚାଷୀ ମାନଙ୍କର ଜମି କୁ ସୁରକ୍ଷିତ ଭାବେ ଫେରାଇବା କୁ ନିର୍ଦେଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଆବାହକ ଉମାବଲ୍ଲଭ ରଥ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନୀଲ ଅଗ୍ରୱାଲ କମ୍ପାନୀ କୁ ପୁରୀ ସହର ସମେତ ୨୫୬ ଟି ଗାଁ ର ଜମି ବ୍ଯବହାର ର ଅଧିକାର କୁ ସମର୍ପି ଦେଇଥିଲେ |ନିଜ କାର୍ଯ୍ୟାଳୟ କୁ ଅନୀଲ ଅଗ୍ରୱାଲ କମ୍ପାନୀ ର ନୋଡାଲ ଅଫିସ କରିବା ପାଇଁ ବୁଝାମଣା ପତ୍ର ରେ ସ୍ବାକ୍ଷର କରିଥିଲେ |ଏହା ସବୁଠାରୁ ଲଜ୍ଜ୍ୟାକର ଘଟଣା ଓ ଜନ ବିରୋଧୀ କାର୍ଯ୍ୟ ଥିଲା ବୋଲି ମତବ୍ୟକ୍ତ କରିଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲା ରେ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଜମି ଲୁଟିବା ଷଡଯନ୍ତ୍ର ର ପରଦା ଫାଶ କରିଛନ୍ତି। ବିଷ୍ଣୁ ପ୍ରସାଦ ମିଶ୍ର ଙ୍କ ପରିଚାଳନା ରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସଭାପତି ଦାମୋଦର ପ୍ରଧାନ , ସମ୍ପାଦକ ପ୍ରଭାକର ସ୍ୱାଇଁ , କୈଳାସ ସ୍ବାଇଁ, ଦାମୋଦର ନାୟକ, ପ୍ରଭାକର ଗୋଚ୍ଛାୟତ, ସଂଯୋଜକ ରାଜେଶ ପ୍ରସାଦ ମିଶ୍ର , ଶ୍ରୀକାନ୍ତ ପରିଜା,ଆଡଭୋକଟ , ପବିତ୍ର ଦଳେଇ , ବିରେନ୍ଦ୍ର ଜେନା , ଶିବ ପ୍ରସାଦ ବେହେରା , ହରପ୍ରସାଦ ଜେନା , ପର୍ଶୁରାମ ପ୍ରଧାନ,ଛବିଳ ପାଢ଼ୀ, ପ୍ରଫେସର ହରିହର ଷଡ଼ଙ୍ଗୀ , ଗଙ୍ଗାଧର ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଲଲୁ ମହାପାତ୍ର, ଭାସ୍କର ରାଉତ, ଟୁଲା ମହାପାତ୍ର,ଅବିନାଶ ମିଶ୍ର ଓ ବୀର କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Related Stories
November 22, 2024