ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦ର ମନୋନୟନ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (ଡବ୍ଲୁସିଡି) ତରଫରୁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଆସନ୍ତା ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନଲାଇନ ମାଧ୍ୟମରେ ଙ୍ଗଙ୍ଗଙ୍ଗ.ଦ୍ଭମବ-ଙ୍ଗମୟ.ଦ୍ଭସମ.ସଦ୍ଭ ୱେବ ପୋର୍ଟାଲରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଦେଶର ପ୍ରତିଭାବାନ ଶିଶୁ, ବ୍ୟକ୍ତିବିଶେଷ ଓ ପ୍ରତିÂାନମାନଙ୍କୁ ସମ୍ମାନିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ
ମନ୍ତ୍ରଣାଳୟ ତରଫରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଆରମ୍ଭ କରାଯାଇଛି । ବାଲ ଶକ୍ତି ଓ ବାଲ କଲ୍ୟାଣ ଆଦି ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
ବାଲ ଶକ୍ତି ପୁରସ୍କାରର ଲକ୍ଷ୍ୟ ହେଉଛି ନବୋନ୍ମେଷ, ପାଠପଢ଼ା, କଳା, ସଂସ୍କୃତି, ସମାଜସେବା ଓ ସାହସିକତା
କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା । ସେହିପରି ଶିଶୁ
ବିକାଶ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ସେବା କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ଅନୁÂାନମାନଙ୍କୁ
ସ୍ୱୀକୃତି ପ୍ରଦାନ ସ୍ୱରୂପ ବାଲ କଲ୍ୟାଣ ପୁରସ୍କାର ପ୍ରଦାନ କରାଯାଇଥାଏ । ଙ୍ଗଙ୍ଗଙ୍ଗ.ଦ୍ଭମବ-ଙ୍ଗମୟ.ଦ୍ଭସମ.ସଦ୍ଭ ରେ ପୁରସ୍କାର ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ନିଦେ୍ର୍ଧଶାବଳୀ ରହିଛି । ଏହି ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ପୁର୍ବ ସପ୍ତାହରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ।
Related Stories
November 5, 2024