ଭୁବନେଶ୍ୱର, ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାନସଭାର ଆବଶ୍ୟକତା ନାହିଁ । ମୁଲତବୀକୁ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ବିଧାନସଭାରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ମିଳୁନି । ତାଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ । ମାଇକକୁ ବନ୍ଦ କରିଦିଆଗଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ୫ଟି ସଚିବ ଆଲୋଚନା କରୁଛନ୍ତି । ଉଭୟ ଦଳର ନୈତିକତା ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସଚିବଙ୍କ ଗସ୍ତ କଥା ମନ୍ତ୍ରୀ ମାନେ ବୁଝୁଛନ୍ତି । ଗାଡିରେ ଲୋକଙ୍କୁ ବୁହା ଯାଉଛି । ଜିଲ୍ଲା ଏସପି, କଲେକ୍ଟର ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି । ପ୍ରକୃତରେ ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତାହାଲେ କାହିଁକି ଆଜି ରାଜରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି । ୫ଟି ସଚିବ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି । ଯିଏ ସମାଲୋଚନା କରୁଛି, ତା ପ୍ରତି ପ୍ରତିହିଂସା ପରାୟଣ ହେଉଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ।
ସେ କହିଛନ୍ତି ଯେ, ବିଜେଡ଼ି ଓ ବିଜେପି ଭିତରେ ସଲା କୁସ୍ତି ବା ମୋକ ଫାଇଟ ଚାଲିଛି । ମଣିପୁର ଇସୁରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିଲେ । ୧୦ ରୁ ୮ ମାର୍କ ଦେଇଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।