ସମ୍ବଲପୁର, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡରେ ଆଜି ମହାସମାରୋହରେ ପାଳନ ହେଉଛି ନୂଆଖାଇ ପର୍ବ । ରେଢ଼ାଖୋଲର ଇଷ୍ଟଦେବୀ ପାଟଖଣ୍ଡାଙ୍କ ଠାରେ ଆଜି ଅପରାହ୍ନରେ ନବାନ୍ନ ଲାଗି ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ରାଜପରିବାର ଓ ଅଂଚଳବାସୀ ଇଷ୍ଟଦେବୀଙ୍କ ନିକଟରେ ପହଂଚିବା ପରେ ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ, ମାଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ରାଜପରିବାରରେ ସମସ୍ତେ ନବାନ୍ନ ଖାଇବା ପରେ ପର୍ଯ୍ୟାୟକ୍ରମେ ଅନ୍ୟମାନେ ନୂଆ ଖାଇବାର ପରମ୍ପରା ରହିଛି।
Related Stories
January 15, 2025