ଭଦ୍ରକ – ରାମେଶ୍ୱର ସାହିତ୍ୟ ସଂସଦର ସ୍ୱତନ୍ତ୍ର ଆଲୋଚନାଚକ୍ର ରାନ୍ଦିଆ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଡ. ବଳରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁÂିତ ହୋଇଯାଇଛି । ଆବାହକ ପ୍ରମୋଦ କୁମାର ସ୍ୱାଇଁ ମଂଚ ଆହ୍ୱାନ କରିବା ସହ ଅତିଥି ବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟସ୍ତରୀୟ ସଭ୍ୟ ପ୍ରଫେସର ଡ. ଶଶଧର ଦାସଙ୍କୁ ସ୍ୱାଗତ କରିଥିଲେ । ସହ ସଂପାଦକ ଦୁଃଶାସନ ଗାହାଣ ପୂର୍ବ ଆଲୋଚନା କରି ବିବରଣୀ ପାଠ କରିଥିଲେ । ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ବକ୍ତା ଡ. ଦାସ ‘ଶବ୍ଦ-ଦର୍ପଣ’ ଉପରେ ଏକ ମୌଳିକ ଗବେଷଣା ଧର୍ମୀ ଆଲୋଚନା କରିଥିଲେ । ଜଣେ ଉଚ୍ଚକୋଟୀର କଳ୍ପନାଶୀଳ ବ୍ୟକ୍ତି ଶବ୍ଦଟିଏ ଚୟନ କରିବାରେ ବହୁ ସମୟ ନିମଗ୍ନ ରହିପାରେ କାରଣ ସେ ବୁଝନ୍ତି ଯେ ଶବ୍ଦ ଯୋଡି ପରେ, ଫେଡିପାରେ – ଶବ୍ଦ ସତ୍ୟ, ଶବ୍ଦ ସୁନ୍ଦର । ଉପଯୁକ୍ତ ଶବ୍ଦଟିଏ ଚୟନ ନକରି କବିତା ହେଉ ବା ପ୍ରବନ୍ଧ ହେଉ ସୃଷ୍ଟି କଲେ ତାହା ହୁଏତ ଭାବ ଓ ଭାଷା ମଧ୍ୟରେ ଦୂରତ୍ୱ ବଢାଇ ଦେଇପାରେ, ସୃଜନ ସୃଷ୍ଟିର ସ୍ଥାୟୀମାନ ନିରୂପଣ କରିବା ଅସମ୍ଭବ ହୁଏ ସ ପାଠକ ଭ୍ରମର ଶୀକାର ହୁଏ । ତେଣୁ ଶବ୍ଦ ଚୟନର ନିପୁଣତା ଏକ ଅଲୌକିକ ପ୍ରତିଭା ଯାହା ବ୍ୟକ୍ତି ଚେତନାକୁ ସାର୍ବଜନୀନ ଚେତନାରେ ପରିଣତ କରିବାରେ ଦାର୍ଶନିକତା ହାସଲ କରେ ଓ ପ୍ରଭାବଶାଳୀ ମଧ୍ୟ ହୁଏ । ଶବ୍ଦ ଭାବର ଦର୍ପଣ । ରାଧାନାଥ, ଲକ୍ଷ୍ମୀକାନ୍ତ, ସଚ୍ଚି ରାଉତ ରାୟ, ମାୟାଧର ମାନସିଂ ଙ୍କ କବିତାରେ ଓ ଫକୀର ମୋହନ ସେନାପତିଙ୍କ ଗଳ୍ପ ଓ ଉପନ୍ୟାସରେ ଶବ୍ଦ ଚୟନ ଓ ଶବ୍ଦର ଉପଯୁକ୍ତ ପ୍ରୟୋଗ କେବଳ ଯେ ଆମ ଭାଷା ଓ ସାହିତି୍ୟକୁ ସମୃଦ୍ଧ କରିଛି ତାହା ନୁହେଁ ବରଂ ସେମାନଙ୍କର ସୃଷ୍ଟିକୁ କାଳ ଗିଳିପାରୁନାହିଁ କି ଗିଳିପାରିବ ନାହିଁ ବୋଲି ଅତିଥି ଡ. ଦାସ ଉଦାହରଣ ସହ ବ୍ୟାଖ୍ୟା କରିଥିଲେ । ସୃଜନ ସ୍ରଷ୍ଟା ଯେତେବେଳେ ସୂକ୍ଷ୍ମ ଚେତନାରେ ହଜି ଯାଇଥାଆନ୍ତି, ସେତେବେଳେ ଶବ୍ଦ ବ୍ରହ୍ମରୁ ଆବିଷ୍କୃତ କିଛି ଶବ୍ଦର ଆତ୍ମା ସହିତ ସ୍ରଷ୍ଟା ମିଶିଯାଆନ୍ତି । ସେତେବେଳେ ଶବ୍ଦ ଗୁଡିକ ଆମ ଭାବର ଦର୍ପଣ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ଯେକୌଣସି କବିତାର ସୌନ୍ଦର୍ଯ୍ୟ ବିଧାନ କାବ୍ୟଭାଷାର ସୁନ୍ଦର ପ୍ରୟୋଗ ଓ ଶବ୍ଦ ଚୟନର ନିପୁଣତା ଉପରେ ନିର୍ଭର କରେ ବୋଲି ଅତିଥି ମତ ରଖିଥିଲେ ।
ପ୍ରଶ୍ନୋତର କାର୍ଯ୍ୟକ୍ରମରେ ମୋହିନୀ ମୋହନ ମହାପାତ୍ର, ଶିକ୍ଷାବିତ୍ ବଳରାମ ପାଣିଗ୍ରାହୀ, ଜଗବନ୍ଧୁ ଦାଶ, ଡ. ରାଇମୋହନ ମହାପାତ୍ର, ପଣ୍ଡିତ ରତ୍ନାକର ମିଶ୍ର, ଦୁର୍ଯେ୍ୟାଧନ ଖୁଂଟିଆ ପ୍ରମୁଖ ସଭ୍ୟ ଅଂଶଗ୍ରହଣ କରିଥିଲେ । ସଭ୍ୟ ଅରୁଣ କୁମାର ସାହୁ, ସୌମ୍ୟକାନ୍ତ ଉପାଧ୍ୟାୟ, ଅନନ୍ତ ଚନ୍ଦ୍ର ଖୁଣ୍ଟିଆ, ଗୋକୁଳାନନ୍ଦ ରାଉତ, ଗୋପାଳ ଚରଣ ମୁଖୀ, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ସଭ୍ୟ ଆସନ୍ତା ଆଲୋଚନା ଚକ୍ରରେ ଶିଶୁ ସାହିତ୍ୟ ଉପରେ ଆଲୋଚନା କରିବା ପାଇଁ ମତ ରଖିଥିଲେ । ସମ୍ମାନିତ ବକ୍ତା କବି କିଶୋର ପାଣିଗ୍ରାହୀ ଶବ୍ଦର ଉଚ୍ଚାରଣର ଗୁରୁତ୍ୱ ତଥା ବସ୍ତୁଜଗତ ଓ ପ୍ରକୃତି କିଭଳି ମାନବିକ ସ୍ଥିତିର ପ୍ରତିନିଧିତ୍ୱ କରିପାରେ ଉଦାହରଣ ସ୍ୱରୂପ ବୁଝାଇଥିଲେ । କବି ମୋହିନୀ ମୋହନ ମହାପାତ୍ର ଓ କୃଷ୍ଣଚନ୍ଦ୍ର ରାଉଳ ସଭା ପରିଚାଳନା କରିଥିଲେ । ସଭାପତିଙ୍କ ଅଭିଭାଷଣ ପରେ ଯୁଗ୍ମ ସଂପାଦକ ଗୌରାଙ୍ଗ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 23, 2024