ସାନଖେମୁଣ୍ଡି: ଇଂସଜି ମାଧ୍ୟମ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ବଜାୟ ରଖି ସାନଖେମୁଣ୍ଡି ଓ ଶେରଗଡ଼ ଅଞ୍ଚଳରେ ସୁନାମ ଲାଭ କରିଥିବା ନନ୍ଦିଘୋଷ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ କଙ୍କୋରଡା ସ୍ଥିତ ମିଲେନିୟମ ପବ୍ଲିକ ସ୍କୁଲର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ କରିଥିଲେ। ପୂର୍ବ ପ୍ରସ୍ତୁତି ସହ ଅପରାହ୍ନରେ ଅନୁଷ୍ଠିତ ଏହି ୭ମ ବାର୍ଷିକ ଉତ୍ସବ ସମାରୋହରେ ନିୟନ୍ତ୍ରିତ ଅତିଥି ସମୂହ, ଅଭିଭାବକ ଓ ବୁଦ୍ଧିଜୀବୀ, ନାଗରିକଙ୍କ ସହିତ ଅନୁଷ୍ଠାନର ଶିକ୍ଷାର୍ଥୀ ସମୂହ ସମାବେସିତ ହୋଇ କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲେ। ସୁସଜ୍ଜିତ ମଞ୍ଚ ସଭା ସହ ଅତିଥି ସମ୍ବର୍ଦ୍ଧନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ, ମୁଖ୍ୟବକ୍ତା ଭାବେ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠାତା ଶ୍ରୀ ନରସିଂହ ପାଣିଗ୍ରାହୀ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଲଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନୁଷ୍ଠାନ ଅଧକ୍ଷା ଶ୍ରୀମତୀ ସୁଶାନ୍ତି ଖଟେଇ ମହାଶୟାଙ୍କ ତତ୍ୱାବଧନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିଭାବକ ସମାବେଶରେ ଅଧକ୍ଷା ବାର୍ଷିକ ବିବରଣୀ ପଠନ କରିବା ସହ ଅଞ୍ଚଳର ଇଁରାଜୀ ଶିକ୍ଷାର ପ୍ରସାରରେ ଅନୁଷ୍ଠାନର ଭୂମିକାକୁ ଅବତୀରଣା କରିଥିଲେ। ମୁଖ୍ୟ ଅତିଥି ତଥା ଅତିଥି ସମୂହ କଙ୍କୋରଡାରେ ଅବସ୍ଥିତ ଏହି ଅନୁଷ୍ଠାନର ଶିକ୍ଷାର୍ଥୀଙ୍କ କୃତିତ୍ୱକୁ ଅବିସ୍ମରଣୀୟ ଭାବେ ଉତଥାପନ କରି ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟକୁ ସାଧୁବାଦ ପ୍ରଦାନ କରିଥିଲେ। ବାର୍ଷିକ କ୍ରୀଡା ଉତ୍ସବରେ କୃତିତ୍ୱ ହାସଲ କରିଥିବା ବୃତ୍ତି ଶିକ୍ଷାର୍ଥୀଙ୍କୁ ଅତିଥିଙ୍କୁ ଦ୍ୱାରା ମାନପତ୍ର ଓ ସିଲଡ଼ ସହ ପୁରସ୍କୃତ କରାଯିବ ସହିତ କୁନିକୁନି ଶିକ୍ଷାର୍ଥୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଉଚ୍ଚକୋଟୀର ଭାବେ ପରିବେଷିତ ହୋଇଥିଲା। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହ ପରିଚାଳନା ସଂସ୍ଥାର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 23, 2024