
ବଲାଙ୍ଗିର, ଆଜି ମଧ୍ୟାହ୍ନରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ରୋଗୀ ମାନଙ୍କ ପରିଜନ ଓ ଆବଶ୍ୟକ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଅନ୍ନପୂର୍ଣ୍ଣା ମଧ୍ୟାହ୍ନ ଭୋଜନର ୪୮ତମ ଦିନରେ ୪୦୦ ରୁ ଅଧିକ ଲୋକଙ୍କ ବ୍ୟବସ୍ଥା ହୋଇଥିଲା। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଖଟା ବ୍ୟବସ୍ଥା ସବିତା ଅଗ୍ରୱାଲ ଓ ତାଙ୍କର ପୁତ୍ର ଅବିନାଶ ଅଗ୍ରୱାଲ ଆଜିର କାର୍ଯକ୍ରମ ପାଇଁ ସହଯୋଗ କରିଥିଲେ। ଉଭୟେ ଉପସ୍ଥିତ ରହି ଫାଉଣ୍ଡେସନର ଅନ୍ୟ ସ୍ବେଚ୍ଛାସେବୀ ମାନଙ୍କ ସହିତ ମିଶି କାର୍ଯକ୍ରମରେ ଖାଦ୍ୟ ବିତରଣ କରିଥିଲେ। ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କ ସହଯୋଗରୁ ସୂଚାରୁ ରୂପେ ଚାଲି ଥିବାରୁ କୃତଜ୍ଞତା ଜଣାଇ ଭବିଷ୍ୟତ ସହଯୋଗ କାମନା କରାଯାଇଛି।