
ବଲାଙ୍ଗିର, ବଲାଙ୍ଗୀର ରେଞ୍ଜ ର କର୍ମଚାରୀମାନେ ହର୍ଡ଼ଟାଲ ଗ୍ରାମ ନିକଟରେ କାଠ ତିଆରି ଉପକରଣ ସହିତ ୧୬.୯୬ ସିଫ୍ଟ ମାପ ବିଶିଷ୍ଟ ଶାଳ ଗଣ୍ଡି ଏବଂ ସାଇଜ କାଠ ଜବତ କରିଛନ୍ତି। ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା।
ଫରେଷ୍ଟର ହରିବଂଶ ପଧାନ, ଫରେଷ୍ଟ ଗାର୍ଡ ମିସ୍ ମାନସୀ ସ୍ଵାଇଁ ଏବଂ ଫରେଷ୍ଟ ଗାର୍ଡ ଶ୍ରୀମତୀ ପଦମା ମୁଣ୍ଡା, ବଲାଙ୍ଗୀର ରେଞ୍ଜ ର ପାରା ସ୍କ୍ବାଡ଼ ସହିତ ଏହି ଚଢ଼ଉ କରିଥିଲେ।