
ସୁବର୍ଣ୍ଣପୁର, ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଅବକାରୀ ବିଭାଗର ସ୍ପେଶିଆଲ ସ୍କ୍ବାର୍ଡ ମେଟାକାନି ଛକରେ ଏକ ସ୍କୁଟି ଯାହାର ନମ୍ବର ଓଡି୧୫ଭି-୭୧୪୫ କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୬ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ସ୍କୁଟି ଚାଳକ ଝାରସୁଗୁଡ଼ା ଜିଲ୍ଲା କଳିଙ୍ଗନଗରର ଓ ସହଯୋଗୀ ସମ୍ବଲପୁର ଜିଲ୍ଲା ଭାଲୁପାଲିର ଦିବାକର ପ୍ରଧାନଙ୍କୁ ସୋନପୁର ଅବକାରୀ ପିଏସ କେସ ନଂ ୯୫/୨୩ ରେ ଗିରଫ କରାଯିବା ସହ ଆଜି କୋର୍ଟଚାଲାଣ କରାଯାଇ ଥିବା ନେଇ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।