
ଭୁବନେଶ୍ୱର, ଭଦ୍ରକ ଜିଲ୍ଲାରେ ରାସ୍ତା କଡ଼ରେ ପଡ଼ିଛି ମେଡିକାଲ କର୍ମଚାରୀଙ୍କ ମୃତ ଦେହ । ଭଦ୍ରକ ଧାମନଗର ଜରାନିବାସ ରାସ୍ତା କଡ଼ରେ ପଡ଼ି ରହିଛି ମୃତ ଦେହ । ମୃତ ବ୍ୟକ୍ତିଙ୍କ ଜଣଙ୍କ ନାମ ବସନ୍ତ କୁମାର ସାହୁ ଯାହାଙ୍କ ଘର ଧାମନଗର ଗୋବିନ୍ଦ ପୁର ଗ୍ରାମରେ, ବସନ୍ତ ଧାମନଗର ଆନନ୍ଦପୁର ପ୍ରଥମ ଚିକିତ୍ସାଳୟ କର୍ମଚାରୀ ଥିଲେ । ମୃତ କେମିତି ହେଲେ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ, ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।